ଭାରତରେ ୧୨ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଗତ ମଙ୍ଗଳବାର ଗୋଟିଏ ଦିନରେ ୨୦୦୩ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଚିନ୍ତା ବଢ଼ିଯାଇଥିଲା। କିନ୍ତୁ ବୁଧବାର ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩୩୭ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ ଏବେ ମୃତ୍ୟୁ ସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି। ସେହିପରି ଗତ କାଲି ଚିହ୍ନଟ ହୋଇଥିବା ୧୨ ହଜାର ୮୮୧ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୬ ହଜାର ୯୪୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୬୦ହଜାର ୩୮୪ ରୋଗୀ ସକ୍ରିୟ ଥିବାବେଳେ ୧ ଲକ୍ଷ ୯୪ ହଜାର ୩୨୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୧୬ ହଜାର ୭୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫ ହଜାର ୬୫୧ ଜଣ ପ୍ରାଣ ହରାଇଛନ୍ତି।

ଏହା ବ୍ୟତୀତ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ୧୦୨ ଏବଂ ମୃତକଙ୍କ ସଂଖ୍ୟା ୧୯୦୪କୁ ବୃଦ୍ଧି ପାଇଛି। ତାମିଲନାଡୁରେ କରୋନା ୫୦ ହଜାର ଡେଇଁଛି। ଏଠାରେ ଆଜି ସୁଦ୍ଧା ମୋଟ ୫୦ ହଜାର ୧୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୭୬ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଗୁଜରାଟ​‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୧୪୮ ରହିଥିବାବେଳେ ୧୫୬୧ ଜଣଙ୍କ ଜୀବନହାନି ହୋଇଛି।

Leave a Reply

Your email address will not be published.