ମନ୍ କି ବାତ: ମୋଦି କହିଲେ, କରୋନା ସଙ୍କଟ ପରିବାରକୁ ପରସ୍ପର ସହ ଯୋଡିବାରେ ସାହାଯ୍ୟ କରିଛି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ଅଣସ୍ତରିତମ ଅଧ୍ୟାୟ। ଉଭୟ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କରେ ଏହା ପ୍ରସାରିତ ହୋଇଛି।

ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱ ପରିବର୍ତ୍ତନର ଏକାଧିକ ଚକ୍ର ଦେଇ ଗତି କରୁଛି। ଆଜି ଯେତେବେଳେ ଦୁଇ ଗଜର ଦୂରତା ଏକ ବାଧ୍ୟତାମୂଳକ ଆବଶ୍ୟକତା ହୋଇଗଲାଣି, ଏହି ମହାମାରୀ ମଧ୍ୟ ପରିବାର ସଦସ୍ୟଙ୍କୁ ବାନ୍ଧି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାହାଣୀ ଆମର ଭାବନାକୁ ଆଲୋକିତ କରିଥାଏ ଓ ଆନନ୍ଦ ଏବଂ ଦୁଃଖ, ଜିଜ୍ଞାସା କିମ୍ବା ଉଦାସୀନତାକୁ ପରିପ୍ରକାଶ କରିଥାଏ। ଜଣେ ମା’ ନିଜ ଛୋଟ ଛୁଆକୁ ଶୋଇବା କିମ୍ବା ଖାଇବାକୁ ଦେବା ପାଇଁ ଏକ କାହାଣୀ ବର୍ଣ୍ଣନା କରୁଥିବା ବେଳେ କାହାଣୀର ଶକ୍ତି ହୃଦୟଙ୍ଗମ କରିହୁଏ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, କାହାଣୀ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ବିଶେଷକରି ପିଲାମାନଙ୍କ ପାଇଁ କାହାଣୀଗୁଡିକ ସେମାନଙ୍କର ସୃଜନଶୀଳତାକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ପରିଚୟ, ବ୍ୟକ୍ତିତ୍ୱକୁ ବ୍ୟାଖ୍ୟା କରିଥାଏ। ଭାରତରେ କାହାଣୀ କହିବାର ଏକ ସମୃଦ୍ଧ ପରମ୍ପରା ରହିଆସିଛି ବୋଲି ମନ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଆମର କାହାଣୀ କହିବାର ଏକ ପରମ୍ପରା ଅଛି। କାହାଣୀ ବର୍ଣ୍ଣନା କରିବାର ଏହା ଏକ ପ୍ରାଚୀନ ପଦ୍ଧତି। କଥାକଳସେଵମ ମଧ୍ୟ ଏହାର ଏକ ଅଂଶ ବିଶେଷ ହୋଇ ପାରିଛି। ଆମ ଦେଶରେ ବିଭିନ୍ନ ପ୍ରକାରର ଲୋକନୃତ୍ୟ ପ୍ରଚଳିତ ଅଛି।

ଭାରତର ଗ୍ରାମାଞ୍ଚଳର କାହାଣୀକୁ ଲୋକପ୍ରିୟ କରୁଥିବା ଅନେକ ପଦକ୍ଷେପ ଅଛି। ମରାଠୀରେ ବୈଶାଳୀ ଦେଶପାଣ୍ଡେଙ୍କ ପରି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଲୋକପ୍ରିୟ କରୁଛନ୍ତି। ଗୁଜୁରାଟରେ ଯୋଗୀ ବନସଲ ଅହୁଜା ମଧ୍ୟ କାହାଣୀକୁ ଲୋକପ୍ରିୟ କରିବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Leave a Reply

Your email address will not be published. Required fields are marked *