କୋରୋନା ମୁକ୍ତ କନ୍ଧମାଳ, ସମସ୍ତ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର,(ଓଡିଶା ଟାଇମ୍) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏପଟେ କୋରୋନା ମୁକ୍ତ ହେଲା କନ୍ଧମାଳ ଜିଲ୍ଲା। ଜିଲାରେ ସଂକ୍ରମିତ ଥିବା ମୋଟ୧୭୮ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ଫଳରେ ଶନିବାର ସୁଦ୍ଧା ଜିଲ୍ଲାରୁ ସମସ୍ତ ୧୭୮ କୋରୋନା ସଂକ୍ରମିତ ଡାକ୍ତରଖାନାରୁ ମୁକ୍ତ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ ୧୭୮ ଆକ୍ରାନ୍ତ ମଧ୍ୟରୁ ୧୭୫ ଜଣ ପୂର୍ବରୁ ସୁସ୍ଥ ହୋଇଥିଲେ। ଅବଶିଷ୍ଟ ୩ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ଶୁକ୍ରବାର ସେହି ୩ ଜଣ ସୁସ୍ଥ ହେବା ପରେ କରୋନା ମୁକ୍ତ ହୋଇଛି କନ୍ଧମାଳ।ଗତ କାଲି ସୁଦ୍ଧା ସମୁଦାୟ ୪ ହଜାର ୧୧୬ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି।ସେଥି ମଧ୍ୟରୁ ୩ ହଜାର ୧୫୧ ଜଣଙ୍କ ରିପୋର୍ଟ ନେଗେଟିଭ ଥିବା ବେଳେ ୧୭୮ ଜଣଙ୍କ ପଜିଟିଭ ଆସିଥିଲା।ବାକି ୩୩୮ ଜଣଙ୍କ ରିପୋର୍ଟ ଆସି ନାହିଁ।

ଆଜି ସୁଦ୍ଧା କନ୍ଧମାଳକୁ ୧୧ ହଜାର ପାଖାପାଖି ପ୍ରବାସୀ ବିଭିନ୍ନ ରାଜ୍ୟରେ କାମ କରୁଥିବା ପ୍ରବାସୀ ଆସିଛନ୍ତି।ସେମାନଙ୍କୁ ବିଭିନ୍ନ ସଙ୍ଗରୋଧ ଓ ଅସ୍ଥାୟୀ ଚିକିତ୍ସାକେନ୍ଦ୍ରରେ ରଖାଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଓ ଅବଧି ଶେଷ ପରେ ୯ ହଜାର ୫୫୯ ଜଣ ଘରକୁ ଫେରିଛନ୍ତି।ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବାହାରୁ ଆସି ଟିଏମସିରେ ରହି ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୯ ହଜାର ୩୮୭ ଜଣଙ୍କୁ ଆଜି ସୁଦ୍ଧା ୧୮ କୋଟି ୭ ଲକ୍ଷ୍ୟ ୭୪ ହଜାର ଟଙ୍କା ଦିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *