ଟ୍ରାଭେଲ୍ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ : BMC କମିଶନର

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଧିରେ ଧିରେ ବଢୁଛି କୋଭିଡ୍ ସଂକ୍ରମଣ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଭୁବନେଶ୍ବରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଟ୍ରାଭେଲ କଟକଣା ନାହିଁ । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବିଏମସି ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ  ୭୦ ପଜିଟିଭ ରହିଛନ୍ତି । ସଂଧ୍ୟା ସୁଦ୍ଧା ସଂଖ୍ୟା ଆହୁରି ୫ରୁ ୮ ବଢିପାରେ । ବିଏମସିରେ ହସ୍ପିଟାଲରେ ବେଡ୍ ସଂଖ୍ୟା ବଢାଯିବ ।  ବର୍ତ୍ତମାନ ବିଏମସିର ୧୫୦ ବେଡ୍ ରହିଛି । ତେବେ ଖୁବ୍ ଶୀଘ୍ର ସେ ସଂଖ୍ୟାକୁ ବଢାଇବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ପ୍ରତିଦିନ ଏୟାରପୋର୍ଟ ଏବଂ ରେଳ ଷ୍ଟେସନରୁ ୫ରୁ ୧୦ଜଣ ପଜିଟିଭ ବାହାରୁଛନ୍ତି । ଭୁବନେଶ୍ବରରେ  ସଂଖ୍ୟା ବୃଦ୍ଧି  ପାଇବାର ମୁଖ୍ୟ କାରଣ ହେଉଛି କୌଣସି ଟ୍ରାଭେଲ କଟକଣା ନାହିଁ । ଏନଫୋର୍ସମେଣ୍ଟ ଟିମ୍ କାମ କରୁଛି । କରୋନା ସଚେତନତା ନେଇ ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ଏନଫୋର୍ସମେଣ୍ଟ ଏବଂ ସଚେତନତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ୩ଟି ଜୋନ୍ ରେ ସ୍କ୍ବାଡ୍ ଗଠନ କରାଯାଇଛି । ଚେକିଂ ବି କରାଯାଉଛି । ରବିବାର ସୁଦ୍ଧା ୭୦ ଜଣ ସଂକ୍ରମିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି  । ଭୁବନେଶ୍ବରରେ ନାଇଟ୍ କର୍ଫ୍ୟୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ବିଏମସି କମିଶନର କହିଛନ୍ତି ।

Leave a Reply

Your email address will not be published. Required fields are marked *