ରାଉରକେଲା ସ୍ବତନ୍ତ୍ର ଜେଲ୍ରୁ ବାହାରିଲେ ଆଉ ୪୫ କରୋନା ପଜିଟିଭ୍
ରାଉରକେଲା, (ଓଡିଶା ଟାଇମ୍) :ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ଜେଲ୍ ଅନ୍ତେବାସୀ ଥିବାବେଳେ ୩ ଜଣ ଜେଲ୍ କର୍ମଚାରୀ ରହିଛନ୍ତି । ସୋମବାର ଜେଲ୍ ଅନ୍ତେବାସୀଙ୍କ ସହ ଜେଲ୍ କର୍ମଚାରୀଙ୍କୁ ମିଶାଇ ୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି । ଏ ନେଇ ଜେଲର ନିରାକାର ପାଢୀ ସୂଚନା ଦେଇଛନ୍ତି ।
ପୂର୍ବରୁ ଜେଲ୍ର ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିଲେ । କରୋନା ଚିହ୍ନଟ ହେବାପରେ ଜେଲ୍ରେ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜେଲ୍ର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଇଥିଲା ।
ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୧୩୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୭୯୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୧୮ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।