ଭାରତରେ ୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟାରେ ୨୧୭ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଞ୍ଚିଛି । ଗତ ୩ ଦିନ ହେଲା ଭାରତରେ ଦୈନିକ ୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷରେ ପହଞ୍ଚିବାକୁ ମାତ୍ର ୧୫ ଦିନ ଲାଗିଛି । ଗତ ୨୪ ଘଣ୍ଟାରେ ୨୧୭ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା, ମହାରାଷ୍ଟ୍ର ୭୨୩୦୦, ଗୁଜରାଟ ୧୭୬୧୭, ତାମିଲନାଡୁ ୨୪୫୮୬, ଆନ୍ଧ୍ରପ୍ରଦେଶ ୩୮୯୮, ପଶ୍ଚିମବଙ୍ଗ ୬୧୬୮ , ଆସାମ ୧୫୧୩, ବିହାର ୪୧୫୫, ଚଣ୍ଡିଗଡ଼ ୩୦୧, ଛତିଶଗଡ଼ ୫୬୪, ଦାଦର ନଗର ହାୱେଲି ୪ ଜଣ, ଦିଲ୍ଲୀ ୨୨୧୩୨, ଗୋଆ ୭୯, ହରିୟାଣା ୨୬୫୨, ହିମାଚଳ ପ୍ରଦେଶ ୩୪୫, ଜମ୍ମୁ ଓ କଶ୍ମୀର ୨୭୧୮, ଝାଡ଼ଖଣ୍ଡ ୭୧୨, କର୍ଣ୍ଣାଟକ ୩୭୯୬, କେରଳ ୧୪୧୨, ଲଦାଖ ୮୧, ମଧ୍ୟପ୍ରଦେଶ ୮୪୨୦, ମଣିପୁର ୮୯, ମେଘାଳୟ ୨୭, ମିଜୋରାମ ୧୩, ନାଗାଲାଣ୍ଡ ୪୯, ଓଡ଼ିଶା ୨୨୪୫, ପୁଦ୍ଦୁଚେରୀ ୮୨, ପଞ୍ଜାବ ୨୩୪୨, ରାଜସ୍ଥାନ ୯୩୭୩, ସିକିମ୍ ୧, ତେଲେଙ୍ଗାନା ୨୮୯୧, ତ୍ରିପୁରା ୪୬୮, ଉତ୍ତରାଖଣ୍ଡ ୧୦୪୩, ଉତ୍ତରପ୍ରଦେଶ ୮୩୬୧, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୩୩ ଓ ଅରୁଣାଚଳ ପ୍ରଦେଶ ୨୨ ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୨୪୬୫ ଜଣ, ଗୁଜରାଟରେ ୧୦୯୨ ଜଣ, ହରିୟାଣାରେ ୨୩ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୩୩ ଜଣ, ପଞ୍ଜାବରେ ୪୬ ଜଣ, ରାଜସ୍ଥାନରେ ୨୦୩ ଜଣ, ତାମିଲନାଡୁରେ ୧୯୭ ଜଣ, ତେଲେଙ୍ଗାନାରେ ୯୨ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୨ ଜଣ, କେରଳରେ ୧୧ ଜଣ, ଲଦାଖରେ ୧ଜଣ, ମଧ୍ୟପ୍ରଦେଶରେ ୩୬୪ ଜଣ, ଆନ୍ଧ୍ରପ୍ରଦେଶରେ ୬୪ ଜଣ, ଆସାମରେ ୪ ଜଣ, ବିହାରରେ ୨୪ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୫୫୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ଉତ୍ତରାଖଣ୍ଡରେ ୭ ଜଣ, ଉତ୍ତରପ୍ରଦେଶରେ ୨୨୨ ଜଣ ଏବଂ ପଶ୍ଚମବଙ୍ଗରେ ୩୩୫ ଜଣ ।