ଭାରତରେ ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ୮ ହଜାର ୩୮୦ ଆକ୍ରାନ୍ତ ଚିହ୍ନଟ, ୧୯୩ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ରେକର୍ଡ ଭାଙ୍ଗିଛି । ଭାରତରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଦେଶରେ ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ୮ ହଜାର ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୮୨ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ପାର ହେଲାଣି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୩୮୦ ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି । ଏହା ପୂର୍ବ ଅପେକ୍ଷା ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ଏହାସହ ୧୯୩ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୮୨ ହଜାର ୧୪୩ ରେ ପହଂଚିଛି । ଏପର୍ୟ୍ୟନ୍ତ ଭାରତରେ ୫ ହଜାର ୧୬୪ ଜଣଙ୍କ ମୃତ୍ୟୁ ଘଟିଛି । ୮୬ ହଜାର ୯୮୩ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଜଣେ ବିଦେଶୀ ନାଗରିକ ନିଜ ଦେଶକୁ ଫେରି ଯାଇଛନ୍ତି ।

ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫ହଜାର ୧୬୮ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ଶହ ୯୭କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୬ହଜାର ୫୬୨ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦୭କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୧୮ହଜାର ୫୪୯ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪୧୬ । ସେହିପରି ଆନ୍ଧ୍ରପ୍ରଦେଶରେ ୩୫୬୯କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦ରେ ପହଂଚିଛି । ମଧ୍ୟପ୍ରଦେଶରେ ୭ ହଜାର ୮୯୧ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published.