ରାତିରେ ଘୋଷଣା ସକାଳୁ ଉଚ୍ଛେଦ: ଝାରପଡ଼ା ଗଣେଶ ମଣ୍ଡପ ହାଟ ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ସକାଳୁ ସକାଳୁ ଭୁବନେଶ୍ୱରର ଝାରପଡ଼ା ଗଣେଶ ମଣ୍ଡପ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ଉକ୍ତ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ଜିତିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି ଏପରି କରୁଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏନେଇ ଘୋଷଣା କରାଯାଇ ଆଜି ସକାଳୁ ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଦୁଇ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave a Reply

Your email address will not be published.