ଯାଜପୁର ଜିଲ୍ଲାର ୧୩ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ
ଭୁବନେଶ୍ୱର, (ଓଡିଶା ଟାଇମ୍) : ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ କେତେକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରେ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ୧୬୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ଅଞ୍ଚଳରୁ ନୂଆ କରି ପଜିଟିଭ ଚିହ୍ନଟ ବାହାରି ନଥିବାରୁ ସେହି ଅଞ୍ଚଳରୁ କଣ୍ଟେନମେଣ୍ଟ ଉଠାଇ ଦିଆଯାଇଛି । ଯାଜପୁରର ୧୩ଟି ସ୍ଥାନରୁ କଣ୍ଟେନମେଣ୍ଟ ଜୋନ ହଟା ଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ୫ଟି ବ୍ଲକର ୧୩ଟି ଅଞ୍ଚଳରୁ ଉଠାଇ ଦିଆଯାଇଛି । ଯାଜପୁର ଜିଲ୍ଲା ସ୍ଥିତ ଦଶରଥପୁରର ୪, ବରୀର ୩ଟି ସ୍ଥାନରୁ ହଟିଛି କଣ୍ଟେନମେଣ୍ଟ ଜୋନ । ସେହିପରି ସଦର ବ୍ଲକର ୩, ରସୁଲପୁରର ୨ ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ। ବିଞ୍ଛାରପୁର ବ୍ଲକର ଗୋଟିଏ ସ୍ଥାନରୁ କଣ୍ଟେନମେଣ୍ଟ ଜୋନ ହଟିଛି ।