ବିଜେପି ଦୃଷ୍ଟିରେ ସମ୍ବିତ ପାତ୍ର ଜଗନ୍ନାଥଙ୍କ ଠାରୁ ବଡ, ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ – ରାଜୀବ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି ଦଳ ଓ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଦ୍ୱାରା ଜଗତରନାଥ ଜଗନ୍ନାଥଙ୍କ ସମ୍ମାନ କ୍ଷୁର୍ଣ୍ଣ ପ୍ରତିବାଦରେ କଂଗ୍ରେସ ଭବନ ଠାରୁ ଏକ ବିକ୍ଷୋଭ ରାଲି ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେପି ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଜଗତରନାଥ ଜଗନ୍ନାଥଙ୍କ ଉପରେ ଯେଉଁ ଟିପ୍‌ଣୀ ଦେଇଛନ୍ତି ତାହା କେବଳ ଓଡିଶା ନୁହେଁ ସାରା ଦେଶ ଏବଂ ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥୀ ସମ୍ବିତ୍ ପାତ୍ର ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନକରିବା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ପୁରୀରେ ନୁହେଁ କଲିକତା ଥିଲା ବୋଲି ଲୋକେ ଜାଣିଥିବା ଶ୍ରୀମତୀ ସାମନ୍ତସିଂହାର ବକ୍ତବ୍ୟ ଦେଇଛନ୍ତି । ଏହା ଓଡିଶାର କୋଟି କୋଟି ଲୋକଙ୍କର ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀଜଗନ୍ନାଥଙ୍କ ଗରିମାକୁ କ୍ଷୁର୍ଣ୍ଣ କରିଛି ।

ସାରା ବିଶ୍ୱର ଲୋକ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ପୁରୀରେ ଏବଂ ରଥଯାତ୍ରା ଆମେରିକା, ଇଂଲଣ୍ଡ, ଜାପାନ, ଜର୍ମାଣ, ଫ୍ରାନ୍ସ ପ୍ରଭୃତି ଦେଶରେ ପାଳନ କରାଯାଉଛି । ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ମଧ୍ୟ ପୁରୀ ଆସିଥାନ୍ତି । ବର୍ଷସାରା ପଶ୍ଚିମବଙ୍ଗର ଲକ୍ଷ ଲକ୍ଷ ଲୋକ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ଏପରି ସ୍ଥଳେ ପୁରୀ ମନ୍ଦିର କଲିକତାରେ ବୋଲି ସାଧାରଣ ଲୋକଙ୍କର ଧାରଣା କହି ଶ୍ରୀମତୀ ସାମନ୍ତସିଂହାର ଓଡିଶାରେ ଧର୍ମିୟ ଭାବନାକୁ ନେଇ ଏକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରୁଥିଲେ । ତାଙ୍କ ବକ୍ତବ୍ୟରେ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ଜଗତରନାଥ ଜଗନ୍ନାଥଙ୍କ ଠାରୁ ସମ୍ବିତ ପାତ୍ର ବଡ ।

ଏହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । ଏହି କାର୍ଯ୍ୟକ୍ରମରେ ଲେଖାଶ୍ରୀ ସାମନ୍ତସିଂହାର ଓ ସମ୍ବିତ ପାତ୍ରଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀମତୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ତୁରନ୍ତ ଆଇନ୍‌ଗତ କାର୍ଯ୍ୟାନୁ ।ନ ଗ୍ରହଣ କରି ତାଙ୍କୁ ଗିରଫ କରିବା ପାଇଁ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ । 1xbet bonus offers are also available in many different sports and casino markets. Promotion rewards include cashback, double winnings, no-risk bets, and prize draws. Casino markets range from slots to live games, while sports bonuses cover everything from esports to world-famous events.The 1xbet promo code allow users to claim rewards while registering. Depending on the code you use, you can receive everything from casino bonuses like free spins to sports bonuses like free bets. As a result, 1xbet promo codes apply to various markets, and there are even unique codes exclusive to certain countries.

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ୟାସିର ନୱାଜ, ରଂଜିତ୍ ପାତ୍ର, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ଅକ୍ଷୟ ଦାସ, ଶ୍ରୀୟା ପଣ୍ଡା, ମିହିର ଆଚାର୍ଯ୍ୟ, ଦେବରାଜ ମିଶ୍ର, ସୁରଜ ରାଉତ, ସାଗର ପଟ୍ଟନାୟକ, ବାଦଲ ମହାନ୍ତି, ପ୍ରସନ୍ନ ମାର୍ଥା, କୁସୁମ ପ୍ରଧାନ, ମନୋରଞ୍ଜନ ବଟୁ, ମନୋରଞ୍ଜନ ଜେନା, ପ୍ରମେଶ ସାହୁ, ସୌମେନ୍ଦ୍ର ମହାନ୍ତି, ମନୋଜ ସାହୁ, କାର୍ତିକ କାଣ୍ଡି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *