ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର । ପରୀ ହତ୍ୟା ପ୍ରସଙ୍ଗରେ ଅରୁଣଙ୍କୁ ସୁରକ୍ଷା ଦେଇ ଅଡୁଆରେ ରହିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ କାର୍ଯ୍ୟକୁ ନେଇ ଚାରିଆଡୁ ଅଙ୍ଗୁଳି ଉଠିଛି । ଏହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଆସୁଛନ୍ତି ଚେଲ୍ଲା ।

ସେ ତାଙ୍କର ଏହି ଗସ୍ତରେ ଫାଟ ସୃଷ୍ଟି ହୋଇଥିବା ବିଧାୟକ ଦଳର ବୈଠକ ନେବେ । କେବଳ ସେତିକି ନୁହେଁ ପିସିସିର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ପରେ ସେ ନୟାଗଡ ଜିଲ୍ଲା ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରୀଙ୍କ ପରିବାରକୁ ଚେଲ୍ଲାକୁମାର ଭେଟିବା ପରେ କଂଗ୍ରେସ ତାର ଆଗାମୀ ରଣନୀତି ପ୍ରସ୍ତୁତ ହେବ।

Leave a Reply

Your email address will not be published. Required fields are marked *