ଆଜି ଦେଶର ସମସ୍ତ ରାଜଭବନ ଘେରାଉ କରିବ କଂଗ୍ରେସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଏବେବି ବିବାଦ ଲାଗି ରହିଛି । କୃଷକଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଦଳ ଶୁକ୍ରବାର ସାରା ଦେଶରେ ବିରୋଧ କରୁଥିବା କୃଷକଙ୍କୁ ସମର୍ଥନ କରିବା ସହ ପ୍ରଦର୍ଶନ କରିବ । କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରେ ଥିବା ସମସ୍ତ ରାଜଭବନ ଆଗରେ ଧାରଣା ଦେବା ସହ ଘେରାଉ କରିବାକୁ ଘୋଷଣା କରିଛନ୍ତି । ନିଜେ ରାହୁଲ ଦିଲ୍ଲୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରାଲି କରିଯିବେ । କଂଗ୍ରେସର ଏହି ରାଲିକୁ ନେଇ ପ୍ରଶାସନ ମଧ୍ୟ ସତର୍କ ରହିଛି ।

ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ,  ସରକାର କୃଷକଙ୍କୁ ବରବାଦ କରିବାକୁ ଚାହୁଁଛନ୍ତି । କଂଗ୍ରେସ କୃଷକଙ୍କ ସହ ରହିଛି ଓ ରହିଥିବ । କେନ୍ଦ୍ର ସରକାର ନିଜର ଦୁଇ-ତିନି ଜଣ ବନ୍ଧୁଙ୍କୁ ଫାଇଦା ପହଁଚାଇବା ପାଇଁ ଏପରି କରୁଛନ୍ତି । କୃଷକଙ୍କୁ ଉପେକ୍ଷା କରୁଛନ୍ତି ସରକାର ।

ସୂଚନାଯୋଗ୍ୟ, କଂଗ୍ରେସ ଶୁକ୍ରବାର କୃଷକ ଅଧିକାର ଦିବସ ପାଳନ କରୁଛି । ସମସ୍ତ ରାଜ୍ୟର ପ୍ରଭାରୀଙ୍କୁ ରାଜଭବନ ଘେରାଉ ପାଇଁ କୁହାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଅନେକ ବରିଷ୍ଠ ନେତା ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଘେରିବେ । ଦିଲ୍ଲୀର ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଚନ୍ଦଗୀ ରାମ ଆଖଡାରେ ଏକାଠି ହେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *