ଦରଦାମ ବୃଦ୍ଧି ପ୍ରତିବାଦ ନେଇ କଂଗ୍ରେସର ଆନ୍ଦୋଳନ, ସାଇକେଲ ଚଢି ପ୍ରତିବାଦ କଲେ ନେତା

କଣ୍ଟାବାଞ୍ଜି, (ଓଡିଶା ଟାଇମ୍): କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦରଦାମ ବୃଦ୍ଧି ନେଇ ଆଜି ନଗର କଂଗ୍ରେସ କମିଟି ପକ୍ଷରୁ ସାଇକେଲ ରାଲି ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୟରେ କଂଗ୍ରେସ କର୍ମୀମାନେ କଂଗ୍ରେସ ଅଫିସରୁ ସାଇକେଲ ରାଲି କରିଥିଲେ ।

ସହରର ମୁଖ୍ୟ ରାସ୍ତା ଦେଇ ସାଇକେଲ ରାଲି ସିଂଗଲପଡା ପହଂଚିଥିଲା । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିବାଦ ସଭାରେ କେନ୍ଦ୍ର ସରକାର ଏବଂ ରାଜ୍ୟ ଦରକାର ଦିନ ଦରଦାମ ବୃଦ୍ଧି, ପେଟ୍ରୋଲ ଦରଦାମ ବୃଦ୍ଧି କରୁଥିବା ଯୋଗୁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବିଧାୟକ କହିଥିଲେ ।

Leave a Reply

Your email address will not be published. Required fields are marked *