ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତ ଆସୁଛନ୍ତି ଡ. ଏ ଚେଲ୍ଲାକୁମାର

ଭୁବନେଶ୍ବର, ( ଓଡିଶା ଟାଇମ୍): ଆଜିଠୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେବାଦଳର ସଦ୍‌ଭାବନା ରାଲି ନେଇ ପ୍ରସ୍ତୁତି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ କଟକ ଜିଲ୍ଲା ମାହାଙ୍ଗା ଗସ୍ତ କରିବେ ବୋଲି ସୂଚନା ମିଳିଛି । ମାହାଙ୍ଗ ଡବଲ୍‌ ମର୍ଡର ପରିବାର ବର୍ଗଙ୍କ ସହ ଆଲୋଚନା କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବେ । ପରେ ବାଲେଶ୍ୱର ଗସ୍ତ କରିବେ । ୨୦ ତାରିଖରେ ଜଳେଶ୍ୱର ଓ ବାଲିଆପାଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୨୧ରେ କଂଗ୍ରେସ ଭବନରେ ନେତାମାନଙ୍କ ସହ ବୈଠକରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *