ଓମିକ୍ରନକୁ ନେଇ ଲୋକେ ଆତଙ୍କିତ, ଫେରିପାରେ ଲକଡାଉନ୍ !

(ନୂଆଦିଲ୍ଲୀ,ଓଡ଼ିଶା ଟାଇମ୍): ପୃଥିବୀର ବହୁ ଦେଶରେ ପୁଣି ଫେରିଛି ଲକଡାଉନ ବା ତାଲାବନ୍ଦ। କୋରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବାରେ ଲାଗିଛି। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ବୋଲି କହିଛି। ବର୍ତ୍ତମାନ ଦେଖାଯାଉଥିବା ଭାରିଆଣ୍ଟ ତୁଳନାରେ ଏହା ଦ୍ରୁତ ବେଗରେ ସଂକ୍ରମଣ ଖେଳାଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସମସ୍ତ ଦେଶ ସତର୍କତା ଅବଲମ୍ବନ କରୁଛନ୍ତି।  କେତେକ ଦେଶରେ ଲକଡାଉନ୍ ସମେତ ଅନେକ ପ୍ରତିବନ୍ଧକ ଲାଗିବା ମଧ୍ୟ ଆରମ୍ଭ ହେଲାଣି । 

ନ୍ୟୁୟର୍କରେ ୨୦୨୨ ଜାନୁଆରୀ ୧୫ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ବ୍ରିଟେନ, କାନାଡ଼ା, ଫ୍ରାନ୍ସ ଅଷ୍ଟ୍ରିଆ, ଜର୍ମାନୀ, ଇଟାଲୀ ଏବଂ ନେଦରଲ୍ୟାଣ୍ଡ ଭଳି ବହୁ ଆଫ୍ରିକୀୟ ଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ବ୍ୟତୀତ ଆମେରିକା, ସାଉଦିଆରବ, ଶ୍ରୀଲଙ୍କା, ବ୍ରାଜିଲ, ଜାପାନ, ଅଷ୍ଟ୍ରେଲିଆ ସମେତ ଅନ୍ୟାନ୍ୟ ଦେଶ ମଧ୍ୟ ଆଫ୍ରିକୀୟ ଦେଶକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବାଂଲାଦେଶ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ଯାତ୍ରା ସ୍ଥଗିତ ରଖିଛି । ବଂଲାଦେଶର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜାହିଦ ମଲ୍ଲିକ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶକୁ ସାମୟିକ ଭାବେ ବାରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଶ୍ରୀଲଙ୍କା ମଧ୍ୟ ଏହି ନିୟମକୁ କଡ଼ାକଡ଼ି କରିଛି । 

ୟୁରୋୀୟ ୟୁନିଅନର ସହସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଦକ୍ଷିଣ ଆଫ୍ରିକା ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏକ ବିବୃତ୍ତିରେ କୁହାଯାଇଛି ଯେ ୨୭ଟି ଦେଶର ପ୍ରତିନିଧିମାନେ ନୂଆ ଭାରିଆଣ୍ଟର ମୁକାବିଲା ଲାଗି ସତର୍କ ରହିବା ଆବଶ୍ୟକ । ଆଫ୍ରିକୀୟ ଦେଶରୁ ଯାତ୍ରୀମାନଙ୍କ ପାଇଁ ୧୦ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଇଜିପ୍ଟ, ସିଙ୍ଗାପୁର, ମାଲେସିଆ, ଦୁବାଇ, ଜୋର୍ଡାନ ମଧ୍ୟ ଅନେକ ଆଫ୍ରିକୀୟ ଦେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ୯ଟି ଆଫ୍ରିକୀୟ ଦେଶକୁ ଅଷ୍ଟ୍ରେଲିଆ ବିମାନ ଉଡ଼ାଣ ବାତିଲ୍ କରିଛି । ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଟ ହଣ୍ଟ କହିଛନ୍ତି ଯେ ଏ ସବୁ ଦେଶକୁ ସମସ୍ତ ବିମାନ ଯାତ୍ରାକୁ ୧୪ ଦିନ ପାଇଁ ବାରଣ କରାଯାଇଛି । 

Leave a Reply

Your email address will not be published.