ମହଙ୍ଗା ପଡ଼ିଲା ଦୁର୍ନୀତି: ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର, (ଓଡିଶା ଟାଇମ୍) :ଚାକିରିରୁ ବିଦା ହେଲେ ୭ ଅଧିକାରୀ । ଜେଲ୍‌ ଡିଆଇଜିଙ୍କ ସମେତ ୭ଜଣ ଅଫିସରଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତ ଯୋଗୁଁ ବିଦା ହୋଇଛନ୍ତି ଏହି ସମସ୍ତ ଅପିସର । ରାଜ୍ୟ ସରକାର ଏହି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଦୁର୍ନୀତି ଓ ଅପାରଗତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । । ଏହି ପରିପ୍ରେକ୍ଷୀରେ ଏହି ୭ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତେବେ ଚାକିରି ବିଦା ହୋଇଥିବା ଅଫିସରଙ୍କ ମଧ୍ୟରେ ଜଣେ ଜେଲ୍‌ ଡିଆଇଜି,  ଜଣେ କମାଣ୍ଡାଣ୍ଟ, ଜଣେ DSP, ଜଣେ ଡେପୁଟି କମାଣ୍ଡାଣ୍ଟ ରହିଛନ୍ତି  । ସେହିପରି ଆଉ ୨ ଜଣ ଖଣି ଅଧିକାରୀ ଓ ଜଣେ CDPO ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ୬ଜଣଙ୍କ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ବର୍ଷକ ମଧ୍ୟରେ ୧୦୪ଜଣଙ୍କୁ ଚାକିରିରୁ ବିଦା କରିସାରିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ବିରୋଧରେ ଦୁର୍ନୀତି ଓ ଅପରାଗତ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *