ପୁଣି ବଢିଲା ଟ୍ୱିଟରର ଅଡୁଆ, ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମାଇକ୍ରୋବ୍ଲଗିଂ ୱେବସାଇଟ୍‌ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି।  କେନ୍ଦ୍ର ଗାଇଡଲାଇନ ମାନିବ ନାହିଁ ବୋଲି ଟ୍ୱିଟର ସିଧା ସିଧା ମନା କରିଦେବା ପରେ ଏବେ ଟ୍ୱିଟର ପାଇଁ ମୁସ୍କିଲ ବଢିଯାଇଛି। ଏବେ ଦିଲ୍ଲୀ ପୋଲିସର ସାଇବର ସେଲ ଟ୍ୱିଟର ଏବଂ ଏହାର ଏମ୍‌ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏମାନଙ୍କ ବିରୋଧରେ ସାଂପ୍ରଦାୟିକ ଘୃଣା ବ୍ୟାପକ କରୁଥିବା ଅଭିଯୋଗ ଆସିଛି।

ଏଏନଆଇ ଅନୁସାରେ, ଓକିଲ ଆଦିତ୍ୟ ସିଂହ ଦେଶୱାଲଙ୍କ ପକ୍ଷରୁ କରାଯାଇଛି। ଅଭିଯୋଗକାରୀ ଏଥିଷ୍ଟ ରିପବ୍ଲିକ ନାମକ ଏକ ହାଣ୍ଡେଲ ଦ୍ୱାରା ସେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ଏପରି ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି, ଟ୍ୱିଟର ୟୁଜରଙ୍କ ପକ୍ଷରୁ ଶେୟାର କରାଯାଇଥିବା ପୋଷ୍ଟରେ ଥିବା ସାମଗ୍ରୀ କେବଳ ଅପମାନଜନକ ନ ଥିଲା ବରଂ ସମାଜରେ ଭୟ, ଶତ୍ରୁତା, ଦ୍ୱେଷ, ଦୁର୍ଭାବନା, ସମସ୍ୟା, ଅପମାନ, ପ୍ରତିବନ୍ଧକ ତଥା ଅପରାଧିକ ଉଦ୍ଦେଶ୍ୟରେ ପୋଷ୍ଟ କରାଯାଇଥିଲା।

ଅଭିଯୋଗକାରୀ ଓକିଲ ଆହୁରି କହିଛନ୍ତି, ଟ୍ୱିଟର ଏକ ମହତ୍ୱପୂର୍ଣ୍ଣ ସୋଶାଲ ମିଡିଆ ଇଣ୍ଟରମିଡିଆରୀ ଭାବେ ଏପରି ପୋଷ୍ଟକୁ ହଟାଇବା ପାଇଁ କୌଣସି ପଦକ୍ଷେପ ନେଇ ନାହିଁ। ଟ୍ୱିଟର ଭାରତୀର ନିୟମକୁ ଘୋର ଉଲ୍ଲଘଂନ କରିବା ସହ ଅପରାଧକୁ ପ୍ରୋତ୍ସାହନ ଦେବାପରି କାମ କରୁଛି।

କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଟ୍ୱିଟର  ରବିବଶଙ୍କର ଟ୍ୱିଟର ଆକାଉଣ୍ଟକୁ ଗୋଟିଏ ଘଣ୍ଟା ପାଇଁ ଅଚଳ କରିଦେଇଥିଲା। ସେତିକି ନୁହେଁ,  ମାନଚିତ୍ରରେ ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା  ଏବଂ ସ୍ୱତନ୍ତ୍ର ଦେଶ ଭାବେ ଦର୍ଶାଯାଇଥିଲା ଟ୍ୱିଟର ।। ଏହି ଭୁଲ ମ୍ୟାପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି ।

 

Leave a Reply

Your email address will not be published. Required fields are marked *