୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ ୧୭ରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଖୋଲିବ । ତେବେ ଶିକ୍ଷାନୁଷ୍ଠାନଗୁଡିକରେ କରୋନା ଗାଇଡଲାଇନ୍ ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ ।

ଗୁରୁବାର ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ଅଣ୍ଡର ଗ୍ରାଜୁଏନ ଓ ପୋଷ୍ଟ ଗ୍ରାଜୁଏଟର ଶେଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଥିବା ନିଷ୍ପତ୍ତି ହୋଇଥିଲା । ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ସମସ୍ତ ପାଠ୍ୟକ୍ରମର ପରୀକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମାହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଜୁନ ୧୭ରୁ ଖୋଲିବ ବୋଲି କୁହାଯାଇଛି । ତେବେ କରୋନା ସଂକ୍ରମଣ ପାଇଁ ଜାରି ଗାଇଡଲାଇନ୍‌କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଶିକ୍ଷାନୁଷ୍ଠାନ ଖୋଲିଲେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଆସିବାକୁ ବାରଣ କରାଯାଇଛି । କେବଳ ଅଧ୍ୟାପକ ଓ କର୍ମଚାରୀମାନେ ଶିକ୍ଷାନୁଷ୍ଠାନକୁ ଆସିପାରିବେ ।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ସମସ୍ତ ପ୍ରକାର ସ୍ନାତକ ଓ ସ୍ନାତକତ୍ତୋର ବା ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ପରୀକ୍ଷାକୁ ବାତିଲ କରିଦିଆଯାଇଛି । ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଲାଗି ଗୁରୁବାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ । ବୈଠକରେ ପରୀକ୍ଷା ବାତିଲ ହେବା ନେଇ କୁହାଯାଇଥିଲା । କାରଣ କରୋନା ମହାମାରୀ ପାଇଁ ଯୁକ୍ତ ୩ ଓ ପିଜି ପାଠ୍ୟକ୍ରମର ଶେଷ ବର୍ଷ ଓ ଶେଷ ସେମିଷ୍ଟାର ପରୀକ୍ଷା ସୁରୁଖୁରୁରେ ହେବାର ସମ୍ଭାବନା କମ୍ ରହିଛି ।

Leave a Reply

Your email address will not be published.