ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ଶେଷ ବର୍ଷ ପାଠପଢା ହେବ।

ପ୍ରଥମ ପର୍ଯ୍ୟାୟରେ ୟୁଜି ଓ ପିଜି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ହେବ। ସେହିପରି ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ଓୟୁଏଟି ଓ ସଂସ୍କୃତି ବିଶ୍ୱବିଦ୍ୟାଳୟ ବି ଆଜିଠାରୁ ଖୋଲିଛି। ଇଞ୍ଜିନିୟରିଂ ଓ ଡିପ୍ଲୋମା ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଫିଜିକାଲ୍‌ କ୍ଲାସ ହେବା ନେଇ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି।

ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବାକି ଥିବା ସିଲାବସ୍ ସାରିବା ସହ ପରୀକ୍ଷା ପ୍ରସ୍ତୁତି କରାଯିବ। ଏନେଇ ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ, ଡିପ୍ଲୋମା କଲେଜ୍‌କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ବିଭାଗୀୟ ସଚିବ।

Leave a Reply

Your email address will not be published. Required fields are marked *