ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ କଟକ ଜିଲ୍ଲାପାଳ

ଆଠଗଡ଼, (ଓଡିଶା ଟାଇମ୍) : ଆଠଗଡ ର ସର୍ବପୁରାତନ ହାଇସ୍କୁଲ ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ।  ଜିଲ୍ଲାପାଳ ଆଠଗଡ ଆସି  ସହରରେ ଥିବା ସର୍ବପୁରାତନ ଏହି ସ୍କୁଲ୍ ବୁଲି ଦେଖିବା ସହିତ ଏହାର ଆନୁଷଙ୍ଗିକ ବ୍ୟବସ୍ଥା ସଂମ୍ପର୍କରେ ପଚାରି ବୁଝିଥିଲେ। ସ୍କୁଲର ପ୍ରଧାନଶିକ୍ଷକଙ୍କ ଠାରୁ କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ୧୯୭୬ ମସିହା ଠାରୁ ୧୯୭୯ ପର୍ଯ୍ୟନ୍ତ ଏହି ବିଦ୍ୟାପୀଠ ରେ ପାଠ ପଢି ଏଠାରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାସହ ରାଜ୍ୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ରହି ବିଦ୍ୟାପୀଠର ଗୌରବ ବଢ଼ାଇଥିଲେ।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ବିଶ୍ଵନାଥ ବିଦ୍ୟାପୀଠ କୁ ପୋଷ୍ୟ ସ୍କୁଲ୍ ଭାବେ ଗ୍ରହଣ କରି ବେଶ ଖୁସି ବ୍ୟକ୍ତ କରିବା ସହ ସ୍କୁଲର ଉନତି ପାଇଁ କାମ କରିବେ ବୋଲି କହିଛନ୍ତି । ଜିଳ୍ଲାପାଳ ଙ୍କ ସହିତ ଆଠଗଡ ଉପଜିଲାପାଳ ଅଜାମ୍ବର  ମହାନ୍ତି,ତହସିଲଦାର ତପନ କୁମାର ଖୁଣ୍ଟିଆ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶାଲତା ରଚମାଳା,ଜିଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାମଲ,ବିଦ୍ୟାପୀଠର ପୂର୍ବତନ ଛାତ୍ର ମାନେ ଯୋଗ ଦେଇଥିଲେ। ବିଶ୍ୱନାଥ ବିଦ୍ୟାପୀଠକୁ କଟକ ଜିଲ୍ଲାପାଳ  ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାରୁ ତାଙ୍କ ସହପାଠୀ ତଥା  ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.