ଜାଣନ୍ତୁ ପ୍ରତିଦିନ ନଡିଆ ପାଣି ପିଇବାର ଲାଭ

(ଓଡିଶା ଟାଇମ) : ପ୍ରତିଦିନ ନଡିଆ ପାଣି ପିଇବା ଦ୍ୱାରା ରକ୍ତଚାପ, ଡାଇବେଟିସ୍, ଓଜନ ବଢିବା ଏବଂ ଡିହାଇଡ୍ରେସନ୍ ଆଦି ସମସ୍ୟାର ସମାଧାନ ହୋଇଥାଏ । ଏହା ଦ୍ୱାରା ଆପଣଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ । ତେବେ ଜାଣନ୍ତୁ ନଡିଆ ପାଣି ପିଇବାର ଉପାଦେୟତା ।

ନଡିଆ ପାଣିର ଗୁଣ

୧କପ୍ ନଡିଆ ପାଣିରେ ୨୮୩ କିଲୋ କ୍ୟାଲୋରୀ ଏବଂ ୪୧ପ୍ରତିଶତ ଫ୍ୟାଟ ରହିଥାଏ । ଏହା ଦ୍ୱାରା ଓଜନ କମିଥାଏ । ଏତଦ୍ ବ୍ୟତୀତ ଏଥିରେ ୧୬% ମାଗ୍ନେସିୟମ ସୋଡିଅମଲ, ୮% ପୋଟାସିୟମ, ୪% କାର୍ବୋହାଇଡ୍ରେଡ, ୫ଗ୍ରାମ ସୁଗାର, ୫% ପ୍ରୋଟିନ, ୧% ଭିଟାମିନ ଏ, ୧୦% ଆଇରନ, ୪% ଭିଟାମିନ, ୬% ମାଗନେସିୟମ ରହିଥାଏ ।

ନଡିଆ ପାଣି ପିଇବାର ଉଚିତ୍ ସମୟ- ସକାଳ ସମୟରେ ପିଇବା ଏହା ସ୍ୱାସ୍ତ୍ୟ ପାଇଁ ହିତକର । ପ୍ରତିଦିନ ଖାଲି ପେଟରେ ନଡିଆ ପାଣି ପିଅନ୍ତୁ । ସନ୍ଧ୍ୟାରେ ମଧ୍ୟ ଆପଣ ପିଇ ପାରିବେ ।

ଲାଭ- ଖରା ଦିନେ ଝାବ ବହିବା କାରଣରୁ ଶରୀରରୁ ଜଳୀୟ ଅଂଶ କମିଯାଏ । ଫଳରେ ଆପଣଙ୍କୁ ମୁଣ୍ଡବ୍ୟଥା, ବାନ୍ତି ହୋଇଥାଏ । ନଡିଆ ପାଣି ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳେ ।

ଉଚ୍ଚ ରକ୍ତଚାପ- ଏଥିରେ ଥିବା ଭିଟାମିନ ସି, ପୋଟାସିୟମ ଏବଂ ମାଗ୍ନେସିୟମ ଉଚ୍ଚ ରକ୍ତଚାପକୁ କମ କରେ । ସପ୍ତାହରେ ୩ରୁ ୪ଥି ପଇଡ ପାଣି ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ।

ଗର୍ଭାବସ୍ଥାରେ ଲାଭ- ଏହା ପୋଷକ ତତ୍ୱ ଏବଂ ପ୍ରାକୃତିକ ଲବଣ ଯୁକ୍ତ ପଦାର୍ଥ । ତେଣୁ ଗର୍ଭବତୀ ମହିଳାଙ୍କ ପାଇଁ ନିହାତି ଜରୁରୀ । ଗର୍ଭାବସ୍ଥା ସମୟରେ ଏହାକୁ ନିଶ୍ଚୟ ପାନ କରନ୍ତୁ । ୟୁରିନ ସନଫେକ୍ସନ ବଳି ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ ।

ଓଜନ ହ୍ରାସ କରେ- ସକାଳେ ଖାଲି ପେଟରେ ଗୋଟିଏ ନଡିଆ ପାଣି ପିଇବା ଦ୍ୱାରା ଏହା ଆପନଙ୍କର ଭୋକକୁ କଂଟ୍ରୋଲ କରିଥାଏ ଏବଂ ଓଜନ ବୃଦ୍ଧି ହେବାରୁ ରୋକି ଥାଏ ।

ଦାଗ ଦୂର କରେ- ସପ୍ତାହରେ ୨ରୁ ୩ଥର ନଡିଆ ପାଣି ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ଆପଣଙ୍କର ତ୍ୱଚାର ସମସ୍ତ ଦାଗ ଦୂର କରିଦେବ ।

କେଶ ଝଡିବାରୁ ରୋକେ- ତାଜା ନଡିଆ ପାଣି ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କର କେଶ ଝଡିବା ବନ୍ଦ କରିଦିଏ । ଏବଂ ନଷ୍ଟ ହୋଇଯାଇଥିବା କେଶକୁ ରୋକେ ।

Leave a Reply

Your email address will not be published.