ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ଼ ସ୍ଥିତି ଓ ପାର୍ବଣ ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କିଛି କହିପାରନ୍ତି ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ କରୋନା ଗ୍ରାଫ ଏବେ କମିବାରେ ଲାଗିଛି । ଏସବୁ ଭିତରେ ପାର୍ବଣର ରୁତୁ ଆସିଛି । ତେଣୁ କିପରି ସମସ୍ତେ ସୁସ୍ଥ ଓ ସଚେତନ ରହିବେ , ସେନେଇ କିଛି ମନ୍ତ୍ରୀ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କରୋନା ଯୋଦ୍ଧାଙ୍କ ସଂପର୍କରେ ସେମାନଙ୍କୁ ସହଯୋଗ ଏବଂ ବର୍ତ୍ତମାନର ଅଭାବନୀୟ ସମୟରେ ଆଉ କିଛି କହିପାରନ୍ତି ନବୀନ ପଟ୍ଟନାୟକ । କରୋନା ନିୟନ୍ତ୍ରଣ ସତ୍ତ୍ୱେ ବିକାଶର ଧାରାକୁ ଜାରି ରଖିଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସକୁ ବଳବତ୍ତର ରଖିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସମ୍ବୋଧନ ଆଉ ବିଶେଷ କିଛି କହିପାରନ୍ତି । ତେବେ କେଉଁ ସଂପର୍କରେ ମୁଖ୍ୟମନ୍ତ୍ରୀ କହିବେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *