ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍):ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ । ରାଜ୍ୟର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁ ଓ କେନ୍ଦ୍ରାପଡ଼ାରେ ବାତ୍ୟା ଅମ୍ଫନର ପ୍ରଭାବ ବେଶି ପଡ଼ିଥିଲା ଓ ସେଠାରେ କ୍ଷୟକ୍ଷତି ମଧ୍ୟ ହୋଇଛି । ତେଣୁ ଆଜି ଆକାଶ ମାର୍ଗରୁ ରାଜ୍ୟରେ କ୍ଷୟକ୍ଷତି ଓ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, ବାତ୍ୟା ଅମ୍ଫନରରେ ୮୯ଟି ବ୍ଲକର ୧୫୦୦ ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ୧୫୦୦ ଗ୍ରାମପଞ୍ଚାୟତର ୪୪ ଲକ୍ଷ ୮୦ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published.