ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ

ଭୋପାଲ, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ ବା ବିଜେପି ସରକାରଙ୍କର ମନ୍ତ୍ରୀମଣ୍ଡଳ ଆଜି ସମ୍ପ୍ରସାରଣ ହୋଇଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଯାଇଛନ୍ତି । କଂଗ୍ରେସର କମଲନାଥ ସରକାରଙ୍କ ପତନ ପରେ ଶିବରାଜ ଚୌହ୍ୱାନ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ କ୍ୟାବିନେଟରେ କିଛି ମନ୍ତ୍ରୀ ସାମିଲ ହୋଇଛନ୍ତି ।

ତେବେ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଯେଉଁଥିରେ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଛଇ । ଏହି ଶପଥ ଗ୍ରହଣ ଉତ୍ସବରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗୋପାଳ ଭାର୍ଗବ, ବିଜୟ ଶାହା, ଜଗଦୀଶ ଦେବଡା ଓ ବିସାହୁ ଲାଲ ସିଂହ ।

ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳ ତାଲିକା

ବିଜୟ ଶାହା, ଜଗଦୀଶ ଦେବାଡା, ବିସାହୁଲାଲ ସିଂହ, ଭୁପେନ୍ଦ୍ର ସିଂହ, ବିଶ୍ୱାସ ସାରଙ୍ଗ, ଈମରଟି ଦେବୀ, ବୁଜେନ୍ଦ୍ର ପ୍ରତାପ ସିଂହ, ପ୍ରଭୁରାମ ଚୌଧୁରୀ, ମହେନ୍ଦ୍ର ସିଂହ, ପ୍ରଦ୍ୟୁମ୍ନ ସିଂହ ତୋମାର, ପ୍ରେମ ଇଂଜିହ୍ୱା ୱାଘେଲା, ପ୍ରେମ ସିଂହ ପଟେଲ, ଓମ ପ୍ରକାଶ ସକଲେବା, ଉଷା ଠାକୁର, ଅରବିନ୍ଦ ସିଂହ ଭଦୋରୀୟା, ମୋହନ ଯାଦବ, ହାରଦୀପ ସିଂହ ଡଙ୍ଗ, ରାଜ ବର୍ଦ୍ଧନ ସିଂହ, ଭରତ ସିଂହ, ଇନ୍ଦ୍ର ସିଂହ ପରମର, ରାମ ଖୀଲାବନ ପଟେଲ, ରାମ କିଶୋର କବରେ, ସୁରେଶ ଧାଡକ

ଶିବରାଜ ସିଂହ କିଛିଦିନ ହେଲା ଦିଲ୍ଲୀରେ ଥିଲେ । ଗୃହ ମନ୍ତ୍ରୀ ମିତ ଶହ, ଜେ.ପି,ନଡ୍ଡା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ଘଣ୍ଟା ଘଣ୍ଟା ଧରି ମାରାଥନ ବୈଠକ ପରେ ନୂଆ ମନ୍ତ୍ରୀଙ୍କ ନାଁରେ ସହମତି ହୋଇଥିଲା । ମଧ୍ୟ ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅସୁସ୍ଥ ଥିବା ଯୋଗୁଁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ମଧ୍ୟ ପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସାମ୍ବିଧାନିକ ପ୍ରକ୍ରିୟା ସଠିକ ଭାବେ ପରିବହନ ହେତୁ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟ ପ୍ରଦେଶର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published.