ଆମ୍ଫାନ୍‌ ଆସୁଛି, ସତର୍କ ରହିବାକୁ ୧୨ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି। ରାଜ୍ୟର ପ୍ରଶାସନିକ ସ୍ତରରେ ଏଥିନେଇ ପୂର୍ବ ପ୍ରସ୍ତୁତ ରହିବାକୁ ସେ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ପକ୍କା ସୂଚନା ପାଇବା ପରେ ଆବଶ୍ୟକ ସଂଖ୍ୟାରେ ଉଦ୍ଧାର କାର୍ଯ୍ୟ କରିବାକୁ ୧୨ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲା ଯେମିତି ପୁରୀ, ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ନୟାଗଡ଼ ଏବଂ ଗଜପତି ଜିଲ୍ଲାରେ ବାତ୍ୟ ‘ ଅମ୍ପାନୀ’ ପ୍ରଭାବ ପକାଇପାରେ। ଏଣୁ ଏହିସବୁ ଜିଲ୍ଲାେ ଜରୁରୀକାଳୀନ ସେବାକୁ ନିରନ୍ତର କରିବାକୁ କୁହାଯାଇଛି। ହସ୍‌ପିଟାଲ୍‌କୁ ବିକଳ୍ପ ବିଜୁଳି ସେବା ଯୋଗାଣ ଉପରେ ଗୁରୁତ୍ଵ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ‘ ଆମ ପାଇଁ ସବୁବେଳେ ଜୀବନ ଗୁରୁତ୍ଵପୂଣ୍ଣ। ତାହାକୁ ନଜରରେ ରଖି ଆମର ପୂର୍ବ ଅଭିଜ୍ଞତାକୁ ବ୍ୟବହାର କରିବାକୁ ହେବ। ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ବାହିନୀକୁ ଠିକଣା ଯାଗାରେ ମୁତ୍ତୟନ କରିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନିଅନ୍ତୁ।

ମୁଖ୍ୟ ସଚିବଙ୍କୁ ବାତ୍ୟାକାଳୀନ ପ୍ରସ୍ତୁତି ଓ ଉଦ୍ଧାର କାର୍ଯ୍ୟର ସଂଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ଏହହି ବୈଠକରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟସଚିବ ଅସିତ ତ୍ରିପାଠୀ କହିଛନ୍ତି ,  ବଙ୍ଗୋପ ସାଗର ଉପର ଦେଇ ଓଡ଼ିଶା ଆଡ଼କୁ ମୁହାଁଉ ଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬୪୯ଟି ଗାଁର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି ।  ଲକ୍ଷାଧିକ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି । ତେଣୁ ଚାଷୀମାନେ ଏବେଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରଭାବିତ ଆଶଙ୍କା ଥିବା ୪୦୩ ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳୀକୁ କରୋନା ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି।   ସେଠାରେ ନମୁନା ପରୀକ୍ଷାକୁ ଜୋରଦାର କରାଯାଇ ନେଗେଟିଭ୍ ଚିହ୍ନଟ ବ୍ୟକ୍ତିଙ୍କୁ ଛଡ଼ାଯିବ । ନେଗେଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯିବ ।

http://odishatime.com/amphan/

Leave a Reply

Your email address will not be published.