ସୁନ୍ଦରଗଡବାସୀଙ୍କୁ ୪ହଜାର ୮ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ସୁନ୍ଦରଗଡ଼ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯାଉଛନ୍ତି। ସେଠାରେ ସେ ପ୍ରାୟ ୪ ହଜାର ୮ଶହ  କୋଟି   ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହିତ କେତେକ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି। ୩ଦିନ ପୂର୍ବରୁ ସଂଖ୍ୟାଧିକ ମନ୍ତ୍ରୀ ଓ ବିଧାୟକ ସୁନ୍ଦରଗଡ଼ ଜିଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଦଳର ସାଂଗଠନିକ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ମଙ୍ଗଳବାର ପୂର୍ବାହ୍ନ ୧୦.୧୦ରେ ହେଲିକପ୍ଟରରେ ରାଉରକେଲା ଯିବେ। ସେଠାରେ ବିପିୟୁଟି ନିକଟସ୍ଥ ପଡ଼ିଆରେ ସମସ୍ତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସଭାକାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ୧୨୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ସାରି ସେ ଅପରାହ୍ଣ ୨ଟା ସୁଦ୍ଧା ଭୁବନେଶ୍ବର ଫେରି ଆସିବେ।

 

Leave a Reply

Your email address will not be published.