ଉପନିର୍ବାଚନ ପାଇଁ ଦୁଇ ଦିନିଆ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୮ରେ ତିର୍ତ୍ତୋଲ ଏବଂ ୨୯ରେ ବାଲେଶ୍ବର ପାଇଁ ପ୍ରଚାର
ଭୁବନେଶ୍ବର, (ଓଡିଶା ଟାଇମ୍) : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇସାରିଛି । ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । କିନ୍ତୁ ଉପନିର୍ବାଚନ ପାଇଁ ଡିଜିଟାଲରେ ପ୍ରଚାର କରିବେ ନବୀନ ।
ନିକଟରେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ନବୀନ ଅକ୍ଟୋବର ୨୮ ତାରିଖରେ ତିର୍ତ୍ତୋଲ ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥି । ସେପଟେ ବାଲେଶ୍ବର ସଦର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସ୍ବରୂପ ଦାସଙ୍କ ପାଇଁ ନବୀନ ଡିଜିଟାଲ ପ୍ରଚାର କରିବେ ବୋଲି ଜଣାପଡିଛି ।
ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ତିନି ଦଳର ମହାଲଢ଼େଇ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କ ସମର୍ଥନ ପାଇବାକୁ ପୂରା ଦମ୍ ଲଗାଇଛନ୍ତି ଦଳର ତୁଙ୍ଗ ନେତା । ନୂଆ ନୂଆ ରଣନୀତି ପ୍ରସ୍ତତ୍ କରି ବିରୋଧୀଙ୍କୁ ମାତ୍ ଦେବାକୁ ଚାଲିଛି ଯୋଜନା ।