ସହରାଞ୍ଚଳର ହେବ ଉନ୍ନତିକରଣ, ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ମରାମତି ତଥା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷା ଯୋଗୁଁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ତେବେ ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *