ଗଜପତିରେ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଗଜପତି, (ଓଡିଶା ଟାଇମ୍):  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଜିଲା ଗସ୍ତ। ଗଜପତି ଜିଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦଶହରା ଭେଟି ଦେଇଛନ୍ତି। ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ୭୯୬ କୋଟି ଟଙ୍କା ପ୍ରକଳ୍ପର ଘୋଷଣା କରିଛନ୍ତି। ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।

ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଜପତିର ମହାନ ଜନନାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ସ୍ମରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ମହାପୁରୁଷଙ୍କୁ ମନେ ପକାଇବା ସହ ଜିଲାର ପାରିପାଶ୍ୱିର୍କ ଉନ୍ନତି ପାଇଁ ୩୬ କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି , ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ଜିଲାବାସୀ ଅନେକ ସୁବିଧା ପାଇ ପାରିବେ। ଚିକିତ୍ସା ପାଇଁ କାହାରିକୁ ଲୋନ କରିବାକୁ କି ଜମି ବିକିବାକୁ ପଡିବ ନାହିଁ। ସମସ୍ତଙ୍କ ସ୍ୱାସ୍ଥ୍ୟର ସଠିକ ଚିକିତ୍ସା ନିମେନ୍ତ ଏହି କାର୍ଡ କରାଯାଇଥିବା ବେଳେ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ।

 

Leave a Reply

Your email address will not be published. Required fields are marked *