ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ହେଉଛି ପଖାଳ ଦିବସ । ଗାଁ ଠାଣୁ ସହର ସବୁଠି ଅତି ଆନନ୍ଦର ସହ ପାଳନ ହେଉଛି ଏହି ପଖାଳ ଦିବସ । ପଖାଳ ଦିବସ ଅବସରରେ ସବୁଠୁ ଜମୁଛି ପଖାଳ ଖିଆର ମଜା । ପଖାଳ ସାଙ୍ଗକୁ ଶାଗ ଭଜା, ମାଛ ଭଜା, ବଡ଼ି ଚୁରା ଏହିଭଳି ଅନେକ ଖାଦ୍ୟର ମଜା ଉଠାଉଛନ୍ତି ଲୋକ l

ତେବେ ଏହି ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ପଖାଳ ଖାଇ ପାଳନ କରିଛନ୍ତି ପଖାଳ ଦିବସ । ଏନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଭିଡିଓରେ ଅତି ଆନନ୍ଦର ସହ ପଖାଳ ଖାଉଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ପଖାଳ ତାଙ୍କର ପ୍ରିୟ ବୋଲି ମଧ୍ୟ କହୁଛନ୍ତି ।

Leave a Reply

Your email address will not be published.