ସମ୍ପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ତାଲିକା ପ୍ରକାଶ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜନପଥ ଶାଖାରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ଜମା ରହିଛି। ନୂଆଦିଲ୍ଲୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜନପଥ ଶାଖାରେ ସ୍ଥାୟୀ ଜମା ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା ରହିଛି। ସଂସଦ ଭବନ ଏସ୍ବିଆଇ ଶାଖାରେ ଜମା ୧ ହଜାର ୮୧୮ ଟଙ୍କା ରହିଛି।
ସେହିପରି ଗଞ୍ଜାମ ହିଞ୍ଜିଳିକାଟୁ ଏସ୍ବିଆଇ ଶାଖାରେ ୨୦ ହଜାର ୫୬୬ ଟଙ୍କା ଜମା ରହିଛି। ବରଗଡ଼ ପଦ୍ମପୁର ଏସ୍ବିଆଇ ଶାଖାରେ ୩୭ ହଜାର ୨୨୩ ଟଙ୍କା ଜମା ରହିଛି। ୨ ଲକ୍ଷ ୮୯ ହଜାର ଟଙ୍କା ମୂଲ୍ୟର ସୁନାଗହଣା ରହିଛି। ଗୋଟିଏ ପୁରୁଣା ଆମ୍ବାସଡର କାର୍ ମୂଲ୍ୟ ୮ ହଜାର ୯୦୫ ଟଙ୍କା ରହିଛି। ଫରିଦାବାଦରେ ଫାର୍ମ ଓ ବିଲ୍ଡିଂର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ଟଙ୍କା ରହିଛି। ନବୀନ ନିବାସର ସଂପତ୍ତି ସେୟାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ରହିଛି। ନୂଆଦିଲ୍ଲୀ ସ୍ଥିତ କାଲାମ ରୋଡ୍ ସଂପତ୍ତିର ସେୟାର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାର ଟଙ୍କା ରହିଛି। ଫରିଦାବାଦରେ ସଂପତ୍ତି କ୍ରୟ ପାଇଁ ଅଗ୍ରିମ ୧ କୋଟି ୨୫ ଲକ୍ଷ ଟଙ୍କା ରହିଛି।