ଆଗାମୀ କିଛି ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ ) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ଭାଇରସ ମୁକାବିଲା ପାଇଁ ଆଗାମୀ କିଛିି ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ବ୍ୟାପକ ସତର୍କତା ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କହିଛନ୍ତି ।
ହସ୍ପିଟାଲ ଓ ଜିଲ୍ଲା ସ୍ୱାସ୍ଥ୍ୟକର୍ମୀଙ୍କ କାର୍ୟ୍ୟରୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଜ୍ୟବାସୀଙ୍କ ହିରୋ ବୋଲି ସମ୍ବର୍ଦ୍ଧନା ମଧ୍ୟ କହିଛନ୍ତି ନବୀନ । ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ପାଇଁ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛି । ଏଣୁ ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ନିଜର ଓ ନିଜ ଟିମର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇ ଲୋକମାନଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରନ୍ତୁ । ସେମାନେ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରି ସଂକ୍ରମଣକୁ ବ୍ୟାପିବାକୁ ରୋକିବାକୁ ହେବ ।
ଏହାସହ ରାଜ୍ୟରେ ମୃତ୍ୟୁହାର କମ ଅଛି ଓ ସୁସ୍ଥତା ହାର ବଢ଼ୁଛି । ସଙ୍କଟ ବେଳେ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟକର୍ମୀ ଉଦାହରଣ ପାଲଟିଛନ୍ତି । କରୋନା ଲଢ଼େଇରେ ସ୍ୱାସ୍ଥ୍ୟକର୍ମୀମାନେ ରାଜ୍ୟର ସମ୍ପଦ । ନିଜେ ଓ ନିଜର ଟିମର ସୁରକ୍ଷା ସୁନିଶ୍ଚିତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସାମଗ୍ରୀ ଯୋଗାଇବ ସ୍ୱାସ୍ଥ୍ୟ ବିଭାଗ । ମୌସୁମୀ ଆସୁଥିବାରୁ ଆଗାମୀ କିଛି ସପ୍ତାହ ଅତି ଗୁରୁତ୍ୱପୂର୍ଣ୍ଣ । ଏନେଇ ରାଜ୍ୟବ୍ୟାପୀ ସମନ୍ୱିତ ସଚେତନତା ଅଭିଯାନ କରାଯିବ । କରୋନା, ଯକ୍ଷ୍ମା, ମ୍ୟାଲେରିଆ ଓ ଡାଇରିଆ ନେଇ ସମନ୍ୱିତ ସଚେତନତା ଅଭିଯାନ ଆରମ୍ଭ ହେବ । ସମସ୍ତଙ୍କ ସହଯୋଗରେ ଆମେ କରୋନାକୁ ହରାଇ ପାରିବା ବୋଲି ସେ କହିଛନ୍ତି ।