କରୋନାରେ ମୃତ ୨ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ୨ ଜଣ ସାମ୍ବାଦିକଙ୍କୁ ସହାୟତା ଘୋଷଣା । ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନାର ରାଜ୍ୟରେ ଦୁଇ ଜଣ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ, କେ.ସିଏଚ ରତ୍ନମଙ୍କ ମୃତ୍ୟୁ ହୋଇଛି ।

ସୂଚନାଅନୁସାରେ, ରାଜ୍ୟରେ କରୋନା ମୁକାବିଲା ନେଇ କୋଭିଡ଼ ଯୋଦ୍ଧାମାନେ ଦିନ ରାତି ଏକ୍ କରି ଦେଇଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ମଧ୍ୟରେ ସାମ୍ବାଦିକ ମଧ୍ୟ ରହିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ସହାୟତା ଦିଆଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ କିଛି ଦିନ ପୂର୍ବେ କରୋନାରେ ଦୁଇ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । କରୋନାରେ ମୃତ୍ୟୁ ଘଟିଥିବା ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାରା ସହାୟତା ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ମୃତକ ଗଞ୍ଜାମ ସାମଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ପରିବାରକୁ ୧୫ଲକ୍ଷ ଓ ଅନ୍ୟଜଣେ ଗଜପତିର ସାମ୍ବାଦିକ କୃଷ୍ଣଚନ୍ଦ୍ର ରତ୍ନମଙ୍କ ପରିବାରକୁ ମଧ୍ୟ ୧୫ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏନେଇ ଟ୍ୱିଟ କରି ରାଜ୍ୟ ସରକାରଙ୍କ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.