କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍)): କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ କରୋନା ଭାଇରସର ସ୍ଥିତିକୁ ଦେଖି ଆସନ୍ତାକାଲି ତାଙ୍କର କରୋନା ଟେଷ୍ଟ କରାଯିବ। ସୋମବାର ହେବାକୁ ଥିବା ତାଙ୍କର ସମସ୍ତ ମିଟିଂକୁ ବାତିଲ କରି ଦିଅଯାଇଛି ।

ଦିଲ୍ଲୀରେ ବୃଦ୍ଧି ପାଉଥିବା କରୋନା ଭାଇରସ ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଦିଲ୍ଲୀ ସରକାର ଓ ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସତର୍କତା ଅବଲମ୍ବନ କରାଯାଇଛି । ଦେଶରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆଇସୋଲେଟ କରିବା ଏହା ଦ୍ୱିତୀୟ ମାମଲା । ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ କରୋନା ପଜିଟିଭ ବାହାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା ।

Leave a Reply

Your email address will not be published.