PM ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍): PM ଆବାସ ଯୋଜନା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ପ୍ରଭାବିତ ୧୪ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ଚିଠି ଲେଖିଛନ୍ତି ସିଏ । ଏହି ୧୬ ଜିଲ୍ଲାରେ ଆବାସ୍ ପ୍ଲସ୍ ଆପ୍ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଅନୁରୋଧ ।
ଏହି ୧୬ ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥିବାବେଳେ ଆଉ କିଛି ଜିଲ୍ଲା କେବିକେ ଅଧୀନରେ ରହିଛି । ଯୋଜନା ହେଲେ ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଘର ମିଳିପାରିବ । ପୂର୍ବରୁ ବି ଅର୍ଥାତ ଗତବର୍ଷ ଡିସେମ୍ବର ୧୫ ରେ ଏ ନେଇ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ।