ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର,(ଓଡିଶା ଟାଇମ୍):ରିଲା କଳ୍ପନା ଜଳ୍ପନା । ଶରତ ପଟ୍ଟନାୟକ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଥର ପାଇଁ ସେ ତାଙ୍କୁ ଏହି ଦାୟିତ୍ୱ ଦେଇଛି କଂଗ୍ରେସ୍‌ ।

ପୂର୍ବରୁ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବା ନେଇ କୁହାଯାଉଥିଲା । ଏନେଇ କଂଗ୍ରେସର ଚିନ୍ତନ ଶିବିର ବୈଠକ ମଧ୍ୟ ହୋଇଥିଲା ।

ରାଜ୍ୟର ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲାକୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ଦଳର ବରିଷ୍ଠ ନେତାମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିଥିଲେ । ପରେ ସେ ଦିଲ୍ଲୀ ଫେରିଯାଇ ହାଇକମାଣ୍ଡଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବେ ବୋଲି କହିଥିଲେ । ପ୍ରଭାରୀ ଦିଲ୍ଲୀ ଫେରିବାର କିଛି ଦିନ ପରେ ରାଜ୍ୟରେ ସମସ୍ତ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ରାହୁଲ ଗାନ୍ଧୀଙ୍କ ଦଳୀୟ ସ୍ଥିତି ନେଇ ଆଲୋଚନା କରିଥିଲେ । ସମସ୍ତଙ୍କୁ ଏକ୍‌ଜୁଟ ହୋଇ କାମ କରିବାକୁ ରାହୁଲ ଗାନ୍ଧୀ ପରାମର୍ଶ ମଧ୍ୟ ଦେଇଥିଲେ ।

ସୂଚନା ଥାଉକି ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ତେବେ ଏହାକୁ ମଧ୍ୟ ଗୃହୀତ କରାଯାଇଥିବା AICC ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *