‘ତୁ ସେଇ ନୀଳ ନୟନା’ର ସୁଟିଂ ୨୭ ତାରିଖରୁ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):   ମୁନ୍ ଟିଭି ମୁଭିଜ୍ ପକ୍ଷରୁ ଘୋଷିତ ୧୦ଟି ନୂଆ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଫିଲ୍ମ ‘ତୁ ସେଇ ନୀଳ ନୟନା’ର ସୁଟିଂ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରବିବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ସ୍ବସ୍ତି ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ‘ତୁ ସେଇ ନୀଳ ନୟାନା’ର ପ୍ରଯୋଜକ ଅଛନ୍ତି ଶଚିକାନ୍ତ ଜେନା ଓ ବିନି ପଟ୍ଟନାୟକ । ନିର୍ଦ୍ଦେଶନା ଦେଉଛନ୍ତି ତ୍ରିପତି ସାହୁ । ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ । ମୁଖ୍ୟ ନାୟକ ଓ ନାୟିକା ଚରିତ୍ରରେ ଅଭିନୟ କରିଛନ୍ତି ସମ୍ବିତ ଓ ଲିପିକା । 

 

Leave a Reply

Your email address will not be published. Required fields are marked *