ଭୁବନେଶ୍ବରରେ ସେରୋଲଜିକାଲ୍ ସର୍ଭେ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜଧାନରେରେ ମାଡିଚାଲିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ସେରୋଲଜିକାଲ ପରୀକ୍ଷା । ବିଏମସି ସହଯୋଗରେ ଆରଏମଆରସି ଏହି ସର୍ଭେ କରୁଛି । ଦୁଇ ଦିନ ଧରି ଚାଲିବ ଏହି ସର୍ଭେ ।

ତେବେ କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି। ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛନ୍ତି । ପ୍ରତି ଟିମ୍‌ରେ ୭ରୁ ୧୦ଜଣ ସଦସ୍ୟ ରହିବେ । ଟିମ୍‌ର ପରିଚାଳନା ଦାୟିତ୍ୱ  ଆରଏମଆରସି ଅଧିକାରୀଙ୍କ ନିକଟରେ ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ୱରର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ୧୬୦୦ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରାଯିବ ।  ଆଜି ୧୫ଟି ୱାର୍ଡରେ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଣ୍ଟିଜେନ ଟେଷ୍ଟ ଲାଗି ୨୫ ହଜାର କିଟ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା କୁ ପଠାଯାଇଛି । ଆହୁରି ୧ଲକ୍ଷ କିଟ ମଗା ଯାଇଥିବା ଆରଏମଆରସି ନିର୍ଦ୍ଦେଶକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published.