ନାଗରିକତ୍ଵ ଆଇନ୍: ଦିଲ୍ଲୀରେ ୧୪୪ ଲାଗୁ, ୨୦ ଇଣ୍ଡିଗୋ ବିମାନ ବାତିଲ୍
ଭୁବନେଶ୍ଵର, (ଓଟି): ନାଗରିକତ୍ଵ ସଂଶୋଧାନ ଆଇନ୍ ( ସିଏଏ) ବିରୋଧରେ ସ୍ଵର ଦିନକୁ ଦିନ ସଂଗଠିତ ହେବାରେ ଲାଗିଛି। ଆଜି ରାଜଧାନୀ ନୂଆ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଧାରଣା ଓ ପ୍ରତିବାଦ ସମାବେଶ ହେତୁ ଜନଜୀବନ ବ୍ୟାହତ ହୋଇଛି। ବିଶେଷକରି ଜାତୀୟ ରାଜପଥ-୮ର ବିଭିନ୍ନ ସ୍ଥାନରେ ବିକ୍ଷୋଭ ହେତୁ ଟଆଫିକ୍ ଚଳାଚଳ ହୋଇପାରି ନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଦିଲ୍ଲୀ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସିଆର୍ପିସିର ଧାରା ୧୪୪ ଲାଗୁ କରାଯାଇଛି।
ମେଟ୍ରୋ ଚଳାଚଳ ବି ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ମେଟେଆଷ୍ଟେସନ୍ରେ ଯାତ୍ରୀଙ୍କ ଓହ୍ଲାଇବା ଓ ପ୍ରବେଶ ପଥ ବନ୍ଦ କରାଯାଇଛି।
ଇଣ୍ଡିଗୋ ବିଭାନ ପକ୍ଷରୁ ୨୦ଟି ବିମାନ ବାତିଲ୍ କରାଯାଇଥିବା ବେଳେ ଅନ୍ୟ ୧୬ଟି ଚାଲିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ବିମା ଚଳାଚଳ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବିମାନ ବନ୍ଦର କର୍ମଚାରୀ ତଥା କ୍ରିୟୁ ମେମ୍ବରମାନେ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜନିତ ସମସ୍ୟାଯୋଗୁ ଫଶିଛନ୍ତି। ଏଣୁ ବିମାନ ଚଳାଚଳ ହେବା ମୁସ୍କିଲ ହୋଇଛି।
ସନ୍ଧ୍ୟାରେ ଦିଲ୍ଲୀ ଏମ୍ସ୍ ପରିସରରେ ଏକ ମହମବତୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହୋଇଛନ୍ତି ଛାତ୍ର ସଂଗଠନ। କିନ୍ତୁ ଏଥିପାଇଁ ଅନୁମତି ନାହି: କି ଦିଆଯିବ ନାହିଁ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ପୋର୍ଟାଲ୍ରେ ଦର୍ଶାଯାଇଛି।