ଆଜିଠୁ ଗଞ୍ଜାମ ସହରାଞ୍ଚଳରେ ସଟ୍ଡାଉନ୍
ଗଞ୍ଜାମ, (ଓଡିଶା ଟାଇମ୍) : ଗଞ୍ଜାମ ଜିଲ୍ଲାରେ ଅଣାୟତ ହେଉଛି କରୋନାସ୍ଥିତି । ତେଣୁ ସଂକ୍ରମଣ ରୋକିବାକୁ କଟକ ପରେ ଏବେ ଗଞ୍ଜାମ ଜିଲ୍ଲା ସଟଡାଉନ। ଆଜିଠୁ ୧୩ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସଟଡାଉନ୍। ଏନେଇ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ଗଞ୍ଜାମ ଜିଲ୍ଲାରେ ମାତ୍ରାଧିକ କରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରେ ରଖି ଏହି ୫ ଦିନ ସଟଡାଉନ୍ ହେବ । ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ NAC, ଜିଲ୍ଲାର ୫ଟି ବ୍ଲକ୍ ହେଡ୍କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍ଡାଉନ୍ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ୭ଲକ୍ଷରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ। ଏହି ସମୟରେ ସବୁ ଲୋକ ଘରେ ରହିବା ଜରୁରୀ ଏବଂ ଯଦି କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଉଛି, ଏହାକୁ ନ ଲୁଚାଇବା ପାଇଁ ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଅପିଲ୍ କରିଛନ୍ତି। ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ଆଉ ୧୦୦ଟି ଟିମ୍ ଗଠନ କରାଯାଇଛି। ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହେବ।
କରୋନା ଲକ୍ଷଣ ନେଇ ସର୍ଭେ ବେଳେ ସବୁ ଲୋକ ଘରେ ରହିବା ଜରୁରୀ । ସର୍ଭେ ନିମନ୍ତେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ୍ ଗଠନ କରାଯାଇଛି।