ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ନିର୍ଦେଶକ ତଥା ସିନେମାଟୋଗ୍ରାଫର ରାଜଗୋପାଳ ମିଶ୍ରଙ୍କ ପରଲୋକ ହୋଇଛି। ଓଡ଼ିଶାର ସିନେପ୍ରେମୀ ଓ ଜନତାଙ୍କ ଗହଣରେ ସେ ରାଜୁ ମିଶ୍ର ଭାବେ ବିଶେଷ ପରିଚିତ ଥିଲେ। ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ଜଟଣୀସ୍ଥିତ ବାସଭବନରରେ ବସିଥିବା ସମୟରେ ତାଙ୍କର ହୃଦ୍ଘାତ ହୋଇଥିଲା। ସେଇଠି ତାଙ୍କ ପ୍ରାଣବାୟୁ ଚାଲି ଯାଇଥିବା ଖବର ମିଳିଛି।
ଶ୍ରୀ ମିଶ୍ର ୧୯୭୭ ମସିହାରେ ପୁନେସ୍ଥିତ ଭାରତର ପ୍ରଖ୍ୟାତ ଫିଲ୍ମ ଶିକ୍ଷାନୁଷ୍ଠାନ ଏଫ୍ଟିଆଇରୁ ପାସ୍ କରିବା ପରେ ଦେଶର ବିଭିନ୍ନ ଭାଷାରେ ଚଳଚିତ୍ର ନିର୍ମାଣରେ ସାମିଲ୍ ହୋଇଥିଲ। ଜାତୀୟ ଓ ଆରନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ସିନେମାଟୋଗ୍ରାଫର ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କ ନିର୍ଦେଶିତ ମରାଠି ଫିଲ୍ମ ସର୍ବସାକ୍ଷୀ ରାଷ୍ଟ୍ରୀୟ ପୁରସ୍କାର ଅର୍ଜନ କରିଥିଲା। ଲହି ଚଚଚ୍ଚିତ୍ରାର ସ୍ମିତା ପାଟିଲ୍ ଅଭିନୟ କରିଥିଲେ।
ମାୟା ମିରିଗ, ଉଲ୍କା, ଲକ୍ଷ୍ମୀର ଅଭିସାର, ପ୍ରଭୃତି ଓଡ଼ିଆ ଫିଳ୍ମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। ଉଲ୍କା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ଲକ୍ଷ୍ମୀର ଅଭିସାର ଫିଲ୍ମ ୯ଟି ରାଜ୍ୟ ପୁରସ୍କା ପାଇଥିଲା। ଅନେକ ହମୀୟ ଫିଲ୍ମ ପାଇଁ ସେ ଚିତ୍ର ଉତ୍ତୋଳନ କରିବା ସହ ନିର୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ।
ତାଙ୍କର ୩୫ ବର୍ଷର ସିନେମା କ୍ୟାରିୟରରେ ରାଜୁ ମିଶ୍ର ପ୍ରାୟ ୩୦ରୁ ଅଧିକ ଚଳଚିତ୍ରରେ କ୍ୟାମେରା ଓ ନିର୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି। ସେଥିରୁ ୧୨ଟି ରାଜ୍ୟ ଓ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ କରିଛି।
ଓଡ଼ିଆ ଫିଲ୍ମ ବସନ୍ତ ରାସ ପାଇଁ ତାଙ୍କ ଜାତୀୟ ପୁରସ୍କାର ମିଳିଥିଲା।
ଶ୍ରୀ ମିଶ୍ରଙ୍କୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ମଳିଛି। ସେ ଭାରତୀୟ ପାନୋରାମାର ଜୁରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।