ପ୍ରକାଶ ପାଇଲା ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ଫଳ
ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତବର୍ଷର ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏବର୍ଷ ଅଫଲାଇନ୍ ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଚଳିତବର୍ଷ କଳାରେ ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ସର୍ବାଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୬୮.୫୨ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୯୦ ପ୍ରତିଶତ ରହିଛି । ବିଜ୍ଞାନରେ ଛାତ୍ରୀଙ୍କ ପାସ୍ ହାର ୬୭.୭୩ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୬୨.୪୪ ପ୍ରତିଶତ ରହିଛି । ବାଣିଜ୍ୟରେ ଛାତ୍ରଙ୍କ ପାସ୍ ହାର ୬୮.୫୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୬ ପ୍ରତିଶତ ରହିଛି ।