ଚୌଦ୍ବାର ଜେଲ୍କୁ ବ୍ୟାପିଲା କରୋନା
କଟକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ବଢିବାରେ ଲାଗିଛି। ଗତ କିଛି ଦିନ ହେଲା ଲଗାତାର ପାଞ୍ଚ ସହରୁ ଉର୍ଦ୍ଧ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି । ଏହାରି ମଧ୍ୟରେ କଟକ ଚୌଦ୍ବାର ଜେଲ୍କୁ କରୋନା ବ୍ୟାପିଛି । ଆଜି କଟକ ଚୌଦ୍ବାର ଜେଲ୍ରେ ୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ସମସ୍ତ କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଜେଲ୍ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଚୌଦ୍ବାର ଜେଲ୍ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ତେବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜେଲ୍ ଭିତରେ ଅନ୍ତେବାସୀମାନେ ଆଶା ଓ ଆଶଙ୍କାରେ ଜୀବନ ଅତିବାହିତ କରୁଛନ୍ତି । ଜେଲ୍ରେ କରୋନା କଟକଣା ଜାରି କରାଯାଇଥିବାବେଳେ ଅନ୍ତେବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତ ସଫାସୁତୁରା କରିବା, ପରିସ୍କାର ପରିଚ୍ଛନ୍ନ ରହିବା ଆଦି ଉପରେ ସତର୍କତା ଅବଲମ୍ବନ ପାଇଁ ସଚେତନତା ସୃଷ୍ଟି କରାଯାଉଛି ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।