ଟିକଟକକୁ ଟକ୍କର ଦେଉଛି ଚିଙ୍ଗାରି ଆପ୍‌

ଭୁବନେଶ୍ୱର, ଓଡିଶା ଟାଇମ: ଅନେକ ଦିନ ଧରି ଭାରତୀୟ ବଜାରରେ ଟିକଟିକ ଆପ୍ କବଜା କରି ରଖିଛି । ହେଲେ ଏହି ଆପକୁ ଟକ୍କର ଦେବା ପାଇଁ ଆସିଛି ନୂଆ ଚିଙ୍ଗାରି ଆପ୍ ।

ଭାରତ ଓ ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ବଢିବାରେ ଲାଗିଛି । ଯାହାଫଳରେ ଚୀନ ଆପକୁ ବହିଷ୍କାର କରିବା ପାଇଁ ଦାବି ହେବା ସହ ଭାରତୀୟଙ୍କ ମଧ୍ୟରେ ଟିକଟକ୍ ଆପର ଲୋକପ୍ରିୟତା କମୁଥିବା ନଜର ଆସୁଛି ।

ଏଭଳି ସମୟରେ ଆପ୍ ଡେଭଲପର୍ସ ମାନେ ଏହାର ବିକଳ୍ପ ତିଆରି କରିଛନ୍ତି । ମିତ୍ରୋ ଆପ ପରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଆପ୍ ଆସିଛି । ଯାହାର ନାମ ଚିଙ୍ଗାରି ଆପ୍ ରହିଛି ।

ବେଙ୍ଗାଲୁରୁ ସ୍ଥିତ ବିଶ୍ୱାତ୍ମା ନାୟକ ଓ ସିଦ୍ଧାର୍ଥ ଗୌତମ ନାମକ ଦୁଇ ପ୍ରୋଗ୍ରାମର ୨୦୧୯ ମସିହାରେ ଏହି ଆପକୁ ତିଆରି କରିଥିଲେ । ଯେହେତୁ ଚାଇନା ସାମଗ୍ରୀ ବ୍ୟାନ୍ କରିବା ପାଇଁ ଦାବି ଉଠୁଛି, ସେଥିପାଇଁ ଅଚାନକ ଲୋକଙ୍କ ଗହଣରେ ଚିଙ୍ଗାରି ଆପର ଲୋକପ୍ରିୟତା ବଢିବାରେ ଲାଗିଛି । ଯାହାକୁ ୨୫ ଲକ୍ଷ ଲୋକ ନିଜ ଡିଭାଇସରେ ଡାଉନଲୋଡ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ।

ଭାରତରେ ଏହାକୁ ଟିକଟକର ସ୍ୱିଦେଶୀ ଭର୍ସନ ବୋଲି କୁହାଯାଉଛି । ଗୁଗୁଲ୍ ପ୍ଲେ ଷ୍ଟୋରରେ ଚିଙ୍ଗାରି ଆପ୍ ଟପ୍ ଟ୍ରେଡିଂ ଆପରେ ମଧ୍ୟ ସାମିଲ ହୋଇପାରିଛି ।

ଚିଙ୍ଗାରି ଆପର ଫାଉଣ୍ଡର ବିଶ୍ୱାତ୍ମା ନାୟକ କହିଛନ୍ତି ଯେ କିଛି ଦିନ ହେଲାଣୀ ଏହି ଆପକୁ ନେଇ ୟୁଜର୍ସଙ୍କର ଭଲ ରେସପୋନ୍ସ ମଧ୍ୟ ମିଳୁଛି । ଏହାକୁ ଆମେ ଟିକଟକର ଏକ ବିକଳ୍ପ ମଧ୍ୟ କହିପାରିବା । ସେ ଆହୁରି କହିଛନ୍ତି ଯେ ଚିଙ୍ଗାରି ଆପର ଲୋକପ୍ରିୟତାକୁ ଦେଖି ଅନେକ ଇନଭେସଟର୍ ମାନେ ବି ଏଥିପ୍ରତି ରୁଚି ଦେଖାଉଛନ୍ତି ।

Leave a Reply

Your email address will not be published.