ଚିଲିକା ବ୍ଲକ ଓ ଏନଏସି ସଟଡାଉନ୍

ଖୁର୍ଦ୍ଧା, (ଓଡିଶା ଟାଇମ୍) :ଆଜିଠୁ ଚିଲିକା-ବାଣପୁର ବ୍ଲକ ଏବଂ ବାଲୁଗାଁ-ବାଣପୁର NAC ର ସମସ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସଟ୍-ଡ଼ାଉନ ଘୋଷଣା କରାଯାଇଛି । ଏସବୁ ଅଞ୍ଚଳରେ ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଖୋର୍ଦ୍ଧା ଉପ- ଜିଲ୍ଲାପାଳ ସୂଚନା ଦେଉଛନ୍ତି । ଏହି ୩ଦିନିଆ କଟକଣା ବେଳେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ଏହି ସମୟରେ ସମସ୍ତ ଜନ ସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ-ଜିଲ୍ଲାପାଳ ।

ସଟଡାଉନ୍ ସମୟରେ ବ୍ଲକ ଏବଂ NAC ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇବେ । ବର୍ତ୍ତମାନ ସୁଦ୍ଧା ସେଠାରେ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରେ ୨୫ ଜଣ କରୋନା ଯୋଦ୍ଧା ଅଛନ୍ତି । ସେହିପରି କରୋନାରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ।

Leave a Reply

Your email address will not be published. Required fields are marked *