୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
ଫୁଲବାଣୀ, (ଓଡିଶା ଟାଇମ୍) :୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। କୌଣସି ପରିସ୍ଥିତିରେ ଶିଶୁମାନଙ୍କ ପ୍ରତି ନିର୍ଯାତନା କିମ୍ବା ଅବହେଳା ବରଦାସ୍ତ କରାଯିବ ନାହିଁ। ଏମିତି କିଛି ଅଭିଯୋଗ ସାମ୍ନାକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ସୁରକ୍ଷା ଅଧ୍ୟକ୍ଷା ସନ୍ଧ୍ୟାବତୀ କହିଛନ୍ତି। ୨ ଦିନ ଧରି କନ୍ଧମାଳର ଜିଲ୍ଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିବେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା। ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତିକରଣ ନିମନ୍ତେ ତଦାରଖ କରିବେ ସନ୍ଧ୍ୟାବତୀ।
ଗୁରୁବାର ଫୁଲବାଣୀସ୍ଥିତ ପଞ୍ଚାୟତ ଭବନ ସଭାଗୃହ ଠାରେ କିଛି ସରକାରୀ ଅଧିକାରୀ ଓ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନଜିଓ, ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଛନ୍ତି। କରୋନା କଟକଣା ଯୋଗୁଁ ଦୀର୍ଘଦିନ ଧରି ଧରି ସ୍କୁଲ୍ ବନ୍ଦ ରହିଥିଲା। ଯାହାଫଳରେ ପାଠ ପଢ଼ା ପ୍ରଭାବିତ ହୋଇଛି। ପାଠ ପଢ଼ା ବ୍ୟାହତ ହେବା ସହ ବହୁଦିନ ଧରି ପିଲାମାନେ ଘରେ ଆବଦ୍ଧ ରହିଥିଲେ। ଫଳରେ ପିଲାମାନଙ୍କ ମାନସିକସ୍ଥିତି ପ୍ରଭାବିତ ହୋଇଛି। କନ୍ଧମାଳ ଜିଲ୍ଲାରେ ଜିଲାସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଉଦ୍ଦେଶ୍ୟ ଥିଲା। ପିଲାମାନଙ୍କ ସହ କିପରି ସମ୍ପର୍କ ଯୋଡ଼ି ହେବ ଏବଂ ଜିଲ୍ଲାର ବ୍ଲକ ସ୍ତରରେ ଓ ପଞ୍ଚାୟତ ସ୍ତରୀୟରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ପିଲାମାନଙ୍କ ସହ କିଭଳି ଘନିଷ୍ଠ ହେବେ|