ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପୁରୀ, (ଓଡିଶା ଟାଇମ୍): ଶ୍ରୀମନ୍ଦିର ଐତିହ୍ୟ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇ ଥିଲେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା କଥା ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ କାର୍ଯ୍ୟ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୨ ରୁ ୨୫ ତାରିଖ ଯାଏ ଶ୍ରୀମନ୍ଦିରର ଐସାନ କୋଣରେ ଏହି ଯଜ୍ଞ ହେବ। ୨୪ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ପଡିବ। ଉକ୍ତ ଦିନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର ସମ୍ଭାବନା ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୋଉ ଦିନ ଯୋଗ ଦେବେ ସରକାରୀ ଭାବେ ଘୋଷଣା ହୋଇ ନ ଥିବା ବେଳେ ଯଜ୍ଞ ପୂର୍ଣ୍ଣାହୁତି ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।