କରୋନାରେ ଅଣ୍ଡରଓ୍ବାର୍ଲ୍ଡ ଡନ୍‌ ଛୋଟା ରାଜନ୍‌ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନାରେ ପ୍ରାଣ ହରାଇଲା ଅଣ୍ଡରଓ୍ବାର୍ଲଡ୍‌ ଡନ୍‌ ଛୋଟା ରାଜନ୍‌। କରୋନାରେ ସଂକ୍ରମିତ ଥିବା ଛୋଟା ରାଜନ୍‌କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନ୍‌ର ମୃତ୍ୟୁ ହୋଇଛି। ତିହାର ଜେଲ୍‌​‌ରେ ଥିବା ବେଳେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ଏପ୍ରିଲ ଶେଷ ସପ୍ତାହରେ ତାର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ହେଲା ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଶୁକ୍ରବାର ପ୍ରାଣ ହରାଇଛି ଛୋଟା ରାଜନ୍‌ ।

ଛୋଟା ରାଜନ୍‌ ଅଣ୍ଡରଓ୍ବାର୍ଲଡ୍‌ ଡନ୍‌ ଭାବେ ପରିଚିତ। ତା ଉପରେ ଅପହରଣ, ହତ୍ୟା ଭଳି ୭୦ରୁ ଅଧିକ ମାମଲା ଥିଲା। ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ତାକୁ ଆଜୀବନ କାରାଦଣ୍ଡଦେଶ ଶୁଣାଇଥିଲେ କୋର୍ଟ। କିଛି ଦିନ ତଳେ ହନିଫ କାଡାଓ୍ବାଳାଙ୍କ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ତାକୁ ନିର୍ଦୋଷରେ ଖଲାସ କରିଥିଲେ।

ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିୟଲ ବମ୍‌ ବ୍ଲାଷ୍ଟରେ ଛୋଟା ରାଜନ୍‌ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲା । ଛୋଟା ରାଜନ୍‌ର ପ୍ରକୃତ ନାଁ ରାଜେନ୍ଦ୍ର ନିକାଲଜେ ଥିଲା। ୨୦୧୫ରେ ଇଣ୍ଡୋନେସିଆ ଛୋଟା ରାଜନ୍‌କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲା। ୨୬ ଏପ୍ରିଲରେ କରୋନା ସଂକ୍ରମିତ ହେବା ପରେ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *