ଛତିଶଗଡରେ ପୋଲିସ-ମାଓ ଗୁଳିବିନିମୟ

ମାଲକାନାଗିରି, (ଓଡିଶା ଟାଇମ୍): ଛତିଶଗଡରେ ପୋଲିସ-ମାଓବାଦୀ ଗୁଳିବିନିମୟ । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟସ୍ଥ ପ୍ଲାଣ୍ଟରେ ନିୟୋଜିତ ଥିବା ୬ଟି ଗାଡିକୁ ପୋଡିବା ସହ ଆଇ.ଇ.ଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ମାଓବାଦୀ ।

ବିସ୍ଫୋରଣରେ ନିକୋପ୍ଲାଣ୍ଟର ୨ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଟୁର ଅପରେଟରଙ୍କୁ ଉଠାଇ ନେଇଛନ୍ତି ମାଓବାଦୀ । ଖବର ପାଇ ଘଟଣା ସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚି ଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

Leave a Reply

Your email address will not be published. Required fields are marked *