କେନ୍ଦୁଝର ଜିଲ୍ଲା ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ
ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଗ୍ରାମର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ ପ୍ରଦାନ କରିବା ଦିଗରେ ଉକ୍ତ କେନ୍ଦ୍ରଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବର୍ତ୍ତମାନ ସୁଦ୍ଧା ୩୪୪ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଯୁବକ ଯୁବତୀ ଏହାଦ୍ୱାରା ଲାଭବାନ ହୋଇଛନ୍ତି । ସ୍ଥାନୀୟ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଓ ସେମାନଙ୍କ ବିକାଶରେ ସହଯୋଗ କରୁଥିବା ଆସ୍ପେୟାର ନାମକ ଏନ୍ଜିଓ ସହାୟତାରେ ଏହି କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି ।
ଏହାମଧ୍ୟରୁ ଏକ ଗୋ ଶିକ୍ଷା ଗବେଷଣା କେନ୍ଦ୍ରରେ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ଉଦିପ୍ତି ନାୟକଙ୍କ କହିବା ଅନୁଯାୟୀ ଏହି କେନ୍ଦ୍ର ଆରମ୍ଭ ହେବା ଦିନଠାରୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବରି ନାଗରିକମାନେ ମଧ୍ୟ କମ୍ପ୍ୟୁଟର ଉପରେ ଜ୍ଞାନ ଆହରଣ କରିବା ପାଇଁ ପ୍ରବଳ ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ପ୍ରଦାନ କରୁଥିବା ପ୍ରଶିକ୍ଷଣ, ସ୍ଥାନୀୟ ଯୁବକ ଯୁବତୀଙ୍କ ଅଗ୍ରଗତିରେ ସହାୟକ ହେବା ସହିତ ସେମାନଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ ନିମନ୍ତେ ପ୍ରସ୍ତୁତି କରିପାରୁଛି । ବର୍ତ୍ତମାନ ଏହି କେନ୍ଦ୍ରରେ କମ୍ପ୍ୟୁଟର ଆପ୍ଲିକେସନ୍ର ୬ ମାସିଆ ପିଜି ଡିପ୍ଲୋମା ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହାମଧ୍ୟରୁ ସବୁଠାରୁ ନବୀନତମ ଅନୁ ।ନ ନଭେମ୍ବର ମାସରେ ଅଂସେଇକେଳାରେ ଆରମ୍ଭ ହୋଇଥିବାବେଳେ ଏଠାରେ ମଧ୍ୟ ସମାନ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଅନ୍ୟ କେନ୍ଦ୍ରଗୁଡ଼ିକ ଯୋଡ଼ା ବ୍ଲକ୍ର କୁନ୍ଦୁରନଳା, ଭୂଇଁଆରୋଇଡ଼ା, ଜଜାଙ୍ଗ, ବଲାଣୀ ଓ ଦେଓଝର ଗ୍ରାମରେ ଅବସ୍ଥିତ ।
ଏହି କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଉଚ୍ଚମାନର ଉପକରଣ ଯଥା ପ୍ରୋଜେକ୍ଟର, ପ୍ରିଣ୍ଟର ଓ ଲ୍ୟାପଟପ୍ ଉପଲବ୍ଧ ରହିଛି, ଯାହାକୁ ସ୍ଥାନୀୟ ଲୋକମାନେ ଅନ୍ଲାଇନ୍ ଫର୍ମ ପୁରଣ, ସରକାରୀ ଯୋଜନାର ବ୍ୟବହାର ଓ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆବେଦନ କରିବା ପାଇଁ ବ୍ୟବହାର କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସାମାଜିକ ବାର୍ତ୍ତା ବିଷୟରେ ସଚେତନ କରିବା ପାଇଁ ଚଳଚ୍ଚିତ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ଦେଖାଇବାରେ ମଧ୍ୟ ଏହାର ବ୍ୟବହାର କରାଯାଉଛି । ଏହି କେନ୍ଦ୍ରଗୁଡ଼ିକୁ କଳା ଓ କାରିଗରୀ ଏବଂ ସାଧାରଣ ବିଜ୍ଞାନ ପ୍ରୟୋଗ ଉପରେ ଆଧାରିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟବହାର କରାଯାଉଛି ।
ଏହି କେନ୍ଦ୍ରଗୁଡ଼ିକ ଟାଟା ଷ୍ଟିଲର ୧୦୦୦ ବିଦ୍ୟାଳୟ ପ୍ରକଳ୍ପର ମୁଖ୍ୟ ଅଂଶ, ଯାହାକି ଅନୁକରଣୀୟ ଓ ପରିବଦ୍ଧିଷ୍ଣୁ ଶିକ୍ଷାର ଅଧୀକାର ଢାଞ୍ଚା (ଆରଟିଇ) ଅନ୍ତର୍ଗତ ପ୍ରାଥମିକ ଶିକ୍ଷାର ସାର୍ବଜନୀକରଣ ମଡ଼େଲ ସୃଷ୍ଟି କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି ।